
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଧର୍ମପଦ ସ୍ମାରକୀ ଯୁବ ପରିଷଦ ପକ୍ଷରୁ ବଢ଼େଇ କୁଳର ଯୁବକ ମାନକୁ ନେଇ ଗଠିତ ଏହି ସଙ୍ଗଠନ ଆଜି ପଞ୍ଚମ ଥର ପାଇଁ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଇତିହାସରେ ଯାହାର ନାମ ସଦେଵ ତ୍ୟାଗ ଏବଂ ସମର୍ପଣ ଜାତି ପ୍ରେମ ପାଇଁ ସମ୍ମାନର ସହ ନିଆଯାଏ ସେଇ ଧର୍ମପଦଙ୍କର ପୁଣ୍ୟ ତିଥି ଅବସରରେ ଏକ ଦୀପଦାନ କାର୍ଯ୍ୟକ୍ରମ ବ୍ରହ୍ମପୁର ହରିଡାଖଣ୍ଡି ରୋଡ଼ ସ୍ଥିତ ବିଶ୍ଵକର୍ମା ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଅଛି । ପରିଷଦର ସଭାପତି କିରଣ ମହାରଣାଙ୍କର ପୌରହିତତ୍ୱରେ ପ୍ରଥମେ ବିଶ୍ଵକର୍ମା ଭଗବାନଙ୍କ ନିକଟରେ ୧୦୦୮ ଦୀପ ଦାନ କାର୍ଯ୍ୟକ୍ରମ ପରେ ଦୁଇଜଣ ବରିଷ୍ଠ ବ୍ୟକ୍ତିତ୍ୱ ନାଟ୍ୟକାର ମଞ୍ଚ ନାଟକ ନିର୍ଦ୍ଦେଶକ ରମେଶ ମହାରଣା ଏବଂ ବରିଷ୍ଠ ଅଭିନେତା ସଙ୍ଗଠକ ଦଣ୍ଡନାଚରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିଥିବା ଗଙ୍ଗାଧର ମହାରଣା(ମାଗୀତି)ଙ୍କୁ ଅନୁଷ୍ଠାନର ସର୍ବଶ୍ରେଷ୍ଠ ସମ୍ମାନ ଧର୍ମପଦ ସମ୍ମାନ ୨୦୨୨ ପ୍ରଦାନ କରାଯାଉଥିଲା । ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ଅନନ୍ୟ କାର୍ଯ୍ୟକ୍ରମ ବୋଲି ଲାଞ୍ଜିପଲି ଭଲଭାଇ ରାଜେନ୍ଦ୍ର ପ୍ରସାଦ ମହାରଣା ନିଜର ମତରେ ମତପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରକୃତରେ ଅନୁଷ୍ଠାନ ଧର୍ମପଦଙ୍କର ପାଇଁ ଶ୍ରଦ୍ଧାଞ୍ଜଳୀ ଜ୍ଞାମ୍ପନର ଏକ ପ୍ରସସ୍ଥ ମାଧ୍ୟମ ଏଭଳି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନକୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ସଭାପତି ଦେବହରି ମହାରଣା, ପ୍ରଭାକର ମହାରଣା, ଧନୁର୍ଦ୍ଧର ମହାରଣା, ମହାରଣା, ଉଦୟ ମହାରଣା, ଶଙ୍କର ମହାରଣା, ଜୟ ମହାରଣା, ପ୍ରଶାନ୍ତ ମହାରଣା, ସନ୍ତୋଷ ମହାରଣା, ମିଟୁ ମହାରଣା, ଶ୍ୟାମ ମହାରଣା, ମୁନା ମହାରଣା, ପପୁ ମହାରଣା, ସୁରେଶ ମହାରଣା, ସୁଦାମ ମହାରଣା, ହୀନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଷଦର ସାଧାରଣ ସମ୍ପାଦକ ଇଂ. ସନ୍ୟାସୀ ମହାରଣା ପରିଚାଳନା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା