



ଭୁବନେଶ୍ୱର(ସମୃଦ୍ଧଓଡିଶା) ନବରାତ୍ରୀ ଉପଲକ୍ଷେ ଭୁବନେଶ୍ୱରର ଧର୍ମବିହାର ଲେଡିଜ କ୍ଲବ ଆନୁକୁଲ୍ୟରେ ଦାଣ୍ଡିଆ ନାଇଟସ୍ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧର୍ମବିହାର ଲେଡିଜ କ୍ଲବ୍ର ସମସ୍ତ ସଦସ୍ୟା, ଧର୍ମବିହାର କଲୋନୀର ପ୍ରାୟ ସବୁ ମହିଳା ଓ ଝିଅମାନେ ଯୋଗଦେବା ସହିତ ସେମାନଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ଦାଣ୍ଡିଆ ନୃତ୍ୟ ଧର୍ମବିହାରବାସୀଙ୍କୁ ବିମୋହିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ଲେଡିଜ କ୍ଲବ୍ର ସଭାପତି ଶ୍ରୀମତୀ ଫ୍ଲୋରେନ୍ସ ମହାପାତ୍ର, ସମ୍ପାଦିକା ଶ୍ରୀମତୀ ପ୍ରଭାସିନୀ, କୋଷାଧ୍ୟକ୍ଷ ଶ୍ରୀମତୀ ଚିତ୍ରଲେଖା, ବରିଷ୍ଠା ସଭ୍ୟା ଶ୍ରୀମତୀ ମିନୁ ପଣ୍ଡା ଓ ଶ୍ରୀମତୀ ସଂଯୁକ୍ତା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଲେଡିଜ କ୍ଲବର ଏପରି ପ୍ରୟାସକୁ ଧର୍ମବିହାର କଲୋନୀବାସୀ ଭୂୟସୀ ପ୍ରଶଂସା କରିଥିଲେ । ପ୍ରକାଶଯୋଗ୍ୟ ଯେ କ୍ଲବ୍ର ସଦସ୍ୟାମାନେ ବିଭିନ୍ନ ସମୟରେ ସମାଜସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି କଲୋନୀବାସୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେମାନଙ୍କ ଦ୍ୱାରା ଆୟୋଜିତ ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ କଲୋନୀବାସୀଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଛି ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର