ଧାନକିଣା ଓ ମିଲର୍ ମାନଙ୍କ ସମସ୍ୟାର ସମାଧାନକୁ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ମିଲର ସଂଘ ଆଜି ଜିଲ୍ଲାରେ ଧାନକିଣା ଏବଂ ମିଲର୍ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସଂଘର ସଦସ୍ୟମାନେ ରାଜ୍ୟ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ସ୍ଥାନୀୟ ସର୍କିଟ ହାଉସ୍ ରେ ସାକ୍ଷାତ କରି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏଥିରେ ସଂଘର ପୂର୍ଣ୍ଣ ଚନ୍ଦ୍ର ସାହୁ, ସନ୍ତୋଷ ସାହୁ, ଗୌରାଙ୍ଗ, ତରୁଣ, ଶଙ୍କର, ଅମ୍ବିକା, ଜିତେନ୍ଦ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା