ନକ୍ସଲ ଆକ୍ରମଣରେ ସହୀଦ ହୋଇଥିବା ଫୋଟ ସାମ୍ବାଦିକ ଓ ୨ପୋଲିସ କର୍ମଚାରୀଙ୍କୁ ବ୍ରହ୍ମପୁରରେ ଦିଆଗଲା ଶ୍ରଦ୍ଧାଞ୍ଜଳୀ …

ବ୍ରହ୍ମପୁର(ସମୃଦ୍ଧ ଓଡିଶା )ଆଜି ସନ୍ଧ୍ୟାରେ ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀ ନିକଟରେ କ୍ୟାଣ୍ଡେଲ ଜାଳି ନକ୍ସଲ ଆକ୍ରମଣରେ ଛତିଶଗଡ଼ର ଦନ୍ତେୱାଡାରେ ସହୀଦ ହୋଇଥିବା ଫୋଟ ସାମ୍ବାଦିକ ସ୍ଵର୍ଗତ ଅଚ୍ୟୁତ ସାହୁ ଓ ଦୁଇ ପୋଲିସ ସ୍ଵର୍ଗତ ରୁଦ୍ରପ୍ରତାପ ସିଂ ଓ ମଙ୍ଗଳରାମଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡ଼ିଆଇଜି ଆଶିଷ ସିଂ,ବ୍ରହ୍ମପୁର ଏସପି ପିନାକୀ ମିଶ୍ର,ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ସମେତ ବହୁ ପୋଲିସ ଅଧିକାରୀ,  ପ୍ରିଣ୍ଟ ମିଡ଼ିଆ, ଇଲେକଟ୍ରୋନିକ ମିଡ଼ିଆ , ୱେବ ମିଡ଼ିଆ ଆଦିର କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇଥିଲେ।      

ରିପୋର୍ଟ :ନିମାଇଁ ଚରଣ ପଣ୍ଡା