ନଛିମପୁର ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅମାନିଆ ପ୍ରବାସୀ ସରକାରଙ୍କ ନିୟମ ମାନି ଚଳିବାକୁ ପସନ୍ଦ କରୁ ନାହାନ୍ତି । ଇଚ୍ଛା ଅନୁଯାୟୀ ବିଭିନ୍ନ ସ୍ଥାନରେ ବୁଲିବା, ହାଟବଜାରରେ ଆଡ୍ଡା ମାରିବା ଇତ୍ୟାଦି ଅଭିଯୋଗ ହେଉଛି ଓ ଦେଖିବାକୁ ମିଳୁଛି । ଏପରି ଏକ ଘଟଣାରେ ସରପଞ୍ଚ ତାଙ୍କ ଜିଲାପାଳ କ୍ଷମତା ପ୍ରୟୋଗ କରି ପୁରା ପରିବାରକୁ ହୋମ କୋରେଣ୍ଟାଇନ୍ ଘୋଷଣା କରିଥିବା ଘଟଣାକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି । ଜଳେଶ୍ୱର ବ୍ଲକର ଉପାନ୍ତ ପଞ୍ଚାୟତ ନଛିମପୁର । ଗତ ୧୪ତାରିଖରେ ଏହି ପଞ୍ଚାୟତର ଆମ୍ବଳିଅଠା ଗାଁର ନନ୍ଦନ ଜେନା ନାମକ ଜନୈକ ବ୍ୟକ୍ତି ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ଥିବା ଉପାନ୍ତ ଚେକ୍‌ପୋଷ୍ଟ ଠାରେ ପଞ୍ଜିକରଣ କରିଥିଲେ । ସେଠାରେ ସରପଞ୍ଚଙ୍କ ପକ୍ଷରୁ ତାଙ୍କୁ ନଛିମପୁର ଟିଏମ୍‌ସି କେନ୍ଦ୍ରକୁ ଯିବାକୁ କହିଥିଲେ । କିନ୍ତୁ ଏହି ୩୦ ବର୍ଷିଆ ଯୁବକ ଟିଏମ୍‌ସିକୁ ନ ଯାଇ ନିଜ ଆମ୍ବଳିଅଠାସ୍ଥିତ ଘରକୁ ଯାଇ ଅନାୟସରେ ବୁଲାବୁଲି କରିବା ଦେଖିବାକୁ ମିଳିଛି । ଏପରି ଏକ ସମବେଦନଶୀଳ ଘଟଣା ବିରୋଧରେ ବାରମ୍ବାର ଅଭିଯୋଗ ହେବାରୁ ନଛିମପୁର ସରପଞ୍ଚ ମିତାଲି ଜେନା ତାଙ୍କର ଜିଲାପାଳ କ୍ଷମତା ପ୍ରୟୋଗ କରି ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଯୁବକଙ୍କ ପରିବାରର ସମସ୍ତଙ୍କୁ ହୋମ କରେଣ୍ଟାଇନ୍‌ରେ ରଖାଯିବାର ଘୋଷଣା କରିଛନ୍ତି । ଏ ଘଟଣାରେ ସମଗ୍ର ଗ୍ରାମବାସୀ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ ନ କରନ୍ତି ଆବଶ୍ୟକ ହେଲେ ସମଗ୍ର ଗାଁକୁ କଣ୍ଟେନ୍‌ମେଣ୍ଟ ଅଂଚଳ ଘୋଷଣା କରାଯିବା ବୋଲି ସୂଚନା ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା