ନନ୍ଦିକାରେ ବଜ୍ରଂବାଲି ପୂଜା ଲାଗି ବିରାଟ କଳସ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟି ଅନ୍ତର୍ଗତ ନନ୍ଦିକା ଗାଁରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବଜ୍ରଂବାଲି ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଏକ ବିରଟ କଳସ ଶୋଭାଯାତ୍ରା ସୁବର୍ଣ୍ଣରେଖା ନଦୀର ପଂଚୁଘଣ୍ଟାଠାରୁ ନନ୍ଦିକା ଯାଏ ଆସିଥିଲା । ଅନ୍ୟବର୍ଷ ପରି ଗାଁର ବଜ୍ରଂବାଲି ଯୁବକସଂଘ ମହାଆଡମ୍ବରରେ ଏହି କାର୍ଯ୍ୟକ୍ରମକୁ ପାଳନ କରୁଛି । ଆଧ୍ୟାତ୍ମିକ ଚିନ୍ତା ଚେତନା ମଧ୍ୟରେ ଗ୍ରାମର ଏହି ପୂଜାକୁ ପୌରାଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି । ପ୍ରତିଦିନ ସଂଖ୍ୟାରେ ମେଲୋଡି, କୁନି କୁନି ପିଲାଙ୍କ ନୃତ୍ୟ ସଂଗୀତ ଓ କେତେକ ତାରକା ମାନଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ : ଭୂପତି କୁମାର ପରିଡା