



ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ହିଞ୍ଜିଳିକାଟୁ ବ୍ଲକ୍ ନନ୍ଦିକ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳ ଙ୍କ ତତ୍ଵାବଧାନରେ ଆମ ଓଡ଼ିଶା ନବିନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ବିପନ୍ନ ବୋର୍ଡ ର ଅଧକ୍ଷ ଶ୍ରୀ ସୁରେନ୍ଦ୍ର ନାଥ ପ୍ରଧାନ ଯୋଗ ଦେଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷ ସଭ୍ୟ ଏଲ ସୁଦର୍ଶନ, ଓ ଜିଲ୍ଲାପରିଷ ସଭ୍ୟା ବାଇ ଗୀତାଞ୍ଜଳି, ଏବଂ ବ୍ଲକ୍ ର ଯୁବ ବିଜେଡ଼ି ସଭାପତି ମନୋଜ ସାବତ ଯୋଗ ଦେଇଥିବାବେଳେ ସମସ୍ତ ସରପଞ୍ଚ ଏବଂ ସମସ୍ତ ସମିତି ସଭ୍ୟ ଙ୍କ ଉପସ୍ଥିତି ରେ ଦୀପ ପ୍ରଜ୍ଜ୍ୱଳନ ହୋଇଥିଲା l ଏହାପରେ ସମସ୍ତ ଅତିଥିଙ୍କୁ ଉପଢୌକନ ସହ ପୁଷ୍ପମାଲ୍ୟ ଦେଇ ସମ୍ମାନୀତ କରାଯାଇଥିଲା l କାର୍ଯ୍ୟକ୍ରମ ଆରମ୍ଭ ରୁ ରାମ ପର୍ସୁରାମ ନାଟକ ଦ୍ୱାରା ନନ୍ଦିକ ପଞ୍ଚାୟତ ର ବିକାଶ କୁ ନେଇ ଲୋକମାନଙ୍କୁ ସଚେତନତା କରଯାଇଥିଲା ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଳ ଆମ ପଞ୍ଚାୟତ ରେ ବନ୍ଧ ସୌନ୍ଦର୍ଯ୍ୟକରଣ, ପ୍ରାଥମିକ ବିଦ୍ୟାଳୟର ସୌନ୍ଦର୍ଯ୍ୟ, କଲ୍ୟାଣ ମଣ୍ଡପ, ଖେଳ ପଡିଆ, ନାଟ୍ୟ ମଣ୍ଡପ, ଚିଲ୍ଡରେନ୍ ପାର୍କ ଓ ମନ୍ଦିରର ବିକାସ ହୋଇଛି l ଗ୍ରାମର ଶିଶୁ କଳାକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆକର୍ଷିତ ହୋଇଥିଲା l କାର୍ଯକ୍ରମ ଶେଷ ପର୍ଯ୍ୟନ୍ତ ଦର୍ଶକ ଙ୍କ ଭିଡ ଦେଖିବାକୁ ମିଳିଥିଲା l
ରିପୋର୍ଟ୍ : ରଜତ ପଟ୍ଟନାୟକ

