ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲା ଅତିରିକ୍ତ ଜିଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ସେହି ଦାବୀ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ଖରିଫ ଋତୁରେ ପଞ୍ଜୀକୃତ ଚାଷୀଙ୍କ ଠାରୁ କିଣାଯାଇ ନ ଥିବା ଧାନ କରାଯାଉ, ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଘର ଓ କ୍ଷତିପୂରଣ ପ୍ରଦାନ କରାଯାଉ, ଚାଷୀଙ୍କର ସମସ୍ତ ଉତ୍ପାଦକୁ କିଣାଯାଉ, ରିଲିଫ୍ କୋଡ୍‌ରେ ସଂଶୋଧନ କରି କ୍ଷତିପୂରଣ ପ୍ରଦାନ କରାଯାଉ, କରୋନା ପାଇଁ ଘୋଷିତ ଅର୍ଥକୁ ଠିକ୍ ଭାବେ ଚାଷୀଙ୍କୁ ବଣ୍ଟନ କରାଯାଉ ବୋଲି ଦାବୀ କରାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ସଙ୍ଗଠନର ଇଜୁ ଆମିନ୍ ଖାନ୍‌, ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ, ରମେଶ ଚନ୍ଦ୍ର କର, କାଳୁ ଚରଣ ନାୟକ, ଜଗନ୍ନାଥ ପ୍ରଧାନ, ସୌଭାଗ୍ୟ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା