ନବରାତ୍ର ଉପଲକ୍ଷେ ଶିବାଳୟରେ ବିଶେଷ ସତସଙ୍ଗ ଓ ଯୋଗ ଭଟ୍ଟି

କଟକ(ସମୃଦ୍ଧଓଡିଶା)ଗାୟତ୍ରୀ ଦେବୀ ଙ୍କ ଆରାଧନା ଉପଲକ୍ଷେ ନବରାତ୍ର ୨ୟ ଦିବସରେ ବେପାରୀ ସାହି ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟରେ ସ୍ଵତନ୍ତ୍ର ସାମୁହିକ ଧ୍ୟାନ ସାଙ୍ଗକୁ ସତସଙ୍ଗ ସଭା ଅନୁଷ୍ଠିତ ହୋଇଯାଇଛି l ବି କେ ଅରବିନ୍ଦ ନିମନ୍ତ୍ରିତ ବକ୍ତା ଭାବେ ଯୋଗ ଦେଇ ଗାୟତ୍ରୀ ଦେବୀ ଉପବେଶନ କରିଥିବା ପଦ୍ମ ଫୁଲ,ହଂସ ହାତରେ ଧରିଥିବା କମଣ୍ଡଳୁ, ବେଦ ପୁସ୍ତକ ର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ l ଏହି ଆଶ୍ରମ ଶିବlଳୟରେ ମୁରଲୀ ଚର୍ଚ୍ଚା ଶ୍ରବଣ ଓ ଧ୍ୟାନ ର ଗୁରୁତ୍ଵ ବିଷୟରେ ଆଲୋଚନା କରି ଶ୍ରୋତା ମାନଙ୍କୁ ମୁଗ୍ଧ କରିଦେଇଥିଲେ l ବୀକେ ଖୁନୁ ଦୀର୍ଘ ସମୟଧରି ଧ୍ୟାନ ସହ ବିବରଣୀ ପ୍ରଦାନ କରିଥିଲେ l ମଧୁବନ ର ସ୍ବର୍ଗତ ବରିଷ୍ଠ ଭ୍ରାତା ବି କେ ନିରବର୍ ଭାଇ ଙ୍କ ଫଟୋ ଚିତ୍ର ରେ ଫୁଲ ଦେଇ ଶ୍ରଦ୍ଧା ସୁମନ ଜଣାଇଥିଲେ l ବି କେ ରମେଶ,ବରଦା, ସୁଶାନ୍ତ,ପ୍ରତିମା ଆଦି ସହାୟତା କରିଥିଲେ l ଶେଷରେ ସମସ୍ତେ ବ୍ରହ୍ମା ଭୋଜନ କରିଥିଲେ l

ରିପୋର୍ଟ : ବି କେ ବରଦା, ବ୍ରହ୍ମା କୁମାରୀ କେନ୍ଦ୍ର, ବେପରିସlହି