




ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ବିଜେଡି ସୁପ୍ରିମୋ ତଥା ଲଗାତାର ୫ଥର ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ କିଏ ହେବ ସେ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମର ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ‘ସମୟ ହିଁ କହିବ’ ବୋଲି କହି ଏଡାଇ ଦେଇଥିବା ବେଳେ ଅସଲ ରହସ୍ୟ ଗୁପ୍ତଭାବେ ରହିଥିବା ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ନେଇ ଏବେ ଭିତିରି କଥା ଦାଣ୍ଡରେ ପଡି ହାଟରେ ଗଡୁଛି । ପୁଣି ଏହାକୁ ନେଇ ସାରା ରାଜ୍ୟରେ ସରଗରମ ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ୫ଟି ଯୋଜନା କାର୍ଯ୍ୟକାରୀ ହେବା ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ୫ଟିର ସଚିବ ହେବା ପରେ ତାଙ୍କର ବିଭିନ୍ନ ପଦକ୍ଷେପ ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଗାନ୍ଧୀ ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାପରେ ପାଣ୍ଡିଆନ ଆଉ ଚୁପ ହୋଇ ବସି ନାହାନ୍ତି । ସିଧାସଳଖ ମାଲକାନଗିରିରୁ ଆରମ୍ଭ କରି କନ୍ଧମାଳ, ବୌଦ୍ଧ, ଆଦିର ଦୁର୍ଗମ ଅଞ୍ଚଳ ଗୁଡିକୁ ମୂଖ୍ୟ ଶାସନ ସଚିବ ଓ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦେଶିକା ଶାଳୀନ ପଣ୍ଡିତଙ୍କ ସହ ଗସ୍ତ କରି ସେ ଅଂଚଳରେ ଥିବା ବିଭିନ୍ନ ଡାକ୍ତରଖାନା, ଆର .ଟି.ଓ. କାର୍ଯ୍ୟାଳୟ ଆଦି ଅଚାନକ ପରିଦର୍ଶନ କରି ଲୋକଙ୍କର ସୁବିଧା ଅସୁବିଧା ବୁଝିବା ସହ ଅବହେଳା କରୁଥିବା ଅଫିସରମାନଙ୍କ ଉପରେ ତିକ୍ଷଣ ନଜର ରଖି ତାଗିଦ କରୁଛନ୍ତି । ଆହୁରି ମଧ୍ୟ ସାଧାରଣ ଲୋକଭଳି ଆହାର କେନ୍ଦ୍ର ବୁଲି ୫ ଟଙ୍କିଆ ଆହାର ଖାଇ ସାଧାରଣ ଲୋକଙ୍କ ସହ ମିଶୁଥିବା ଦେଖିବାକୁ ମିଳୁଛି । ଆଜି ବୌଦ ଜିଲ୍ଲାରେ ଏକ ଆହାରକେନ୍ଦ୍ରରେ ୫ ଟଙ୍କିଆ ଆହାର ଖାଇ ସମସ୍ତଙ୍କୁ ଚକିତ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଥିବାବେଳେ ତାଙ୍କର ଦକ୍ଷତା, କାର୍ଯ୍ୟଶୈଳୀ, ଆକ୍ସନମୁଡ଼ ସମସ୍ତଙ୍କୁ ଭିତ୍ତକ୍ରସ୍ତ କରିପକାଇଥିଲା । ଜିଲ୍ଲାର ବିଭିନ୍ନ ଡାକ୍ତରଖାନା, ବିଦ୍ୟାଳୟ, କୃଷିବିଭାଗ ଏପରିକି ପୋଲିସ ଥାନାକୁ ମଧ୍ୟ ଅଚାନକ ପରିଦର୍ଶନ କରି ଅବହେଳା କରୁଥିବା କର୍ମଚାରୀମାନଙ୍କ ଉପରେ ତତକ୍ଷଣାତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବାରୁ ତାଙ୍କ ପ୍ରଶାସନରେ ଗଞ୍ଜାମ ଜିଲ୍ଲା ବିଶେଷ ଭୟଭୀତ ହୋଇଥିଲା । ସେ ସମୟରେ ସେ ସଚୋଟ ଦକ୍ଷ ପ୍ରଶାସକ ହିସାବରେ ଜିଲ୍ଲାରେ ବେଶ ପ୍ରଶଂସା ପାଇ ଆସିଥିଲେ । ଦୁର୍ନୀତି ହଟାଇବା, ଦୁର୍ନୀତିକୁ ପ୍ରଶୟ ନ ଦେବା, ସଚ୍ଚୋଟ କର୍ମଚାରୀଙ୍କୁ ପ୍ରସଂଶିତ କରିବା ଥିଲା ତାଙ୍କର ଏକମାତ୍ର କର୍ମ । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଧହୁଏ ତାଙ୍କୁ ନିଜର ବ୍ୟକ୍ତିଗତ ସଚିବ ରୂପେ ଚୟନ କରିଥିଲେ । କିନ୍ତୁ ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ବିଭାଗରେ ବଡ଼ବଡ଼ ଦୁର୍ନୀତି ପଦାରେ ପଡିଯିବା ଯୋଗୁଁ ଓ ସେ କ୍ୟାମେରା ତଥା ସାମ୍ବାଦିକମାନଙ୍କୁ ସାମ୍ନା କରିବାକୁ ଭୟଭୀତ ହେଉଥିବାରୁ ପାଣ୍ଡିଆନ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ବୋଲି ବିରୋଧୀମାନେ ସମାଲୋଚନା କରି ଆସୁଥିଲେ ଏବଂ କହି ଆସୁଛନ୍ତି ମଧ୍ୟ । ବର୍ତ୍ତମାନ ୫ଟିର ସଚିବ ହେଲାପରେ ତାଙ୍କର ପୂର୍ବ ଦକ୍ଷତା ପୁଣି ଫେରି ଆସିଛି । ସେ ମାଲକାନଗିରି, ରାୟଗଡା, କନ୍ଧମାଳ, ବୌଦ ଆଦି ଜିଲ୍ଲା ଗସ୍ତ କରି ବିଭିନ୍ନ ଡାକ୍ତରଖାନା, ଆର.ଟି.ଓ. ଅଫିସ ପରିଦର୍ଶନ କରି ୫ଟି ଉପରେ ଗୁରୁତ୍ୱ ଦେଇ ସମୀକ୍ଷା କରୁଛନ୍ତି । ଯାହାକି ସାରା ରାଜ୍ୟରେ ଏହି ଗସ୍ତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସବୁଦିନେ କିପରି ଖାଦ୍ୟ ବଣ୍ଟନ ହେଉଛି ପରକ୍ଷୀବାକୁ ଯାଇ ଆଜି ବୌଦ୍ଧ ଜିଲ୍ଲାରେ ଏକ ଆହାର କେନ୍ଦ୍ରରେ ପହଞ୍ଚି ୫ଟଙ୍କିଆ ଖାଦ୍ୟ ନିଜେ ଖାଇ ସାଧାରଣ ଲୋକଙ୍କୁ ସାମ୍ନା କରିବା ନେଇ ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୫ ଟଙ୍କିଆ ଖାଦ୍ୟ ଖାଇବା ପାଇଁ ଅବଶ୍ୟ ମୁଖ୍ୟ ସଚିବ ୫ ଟଙ୍କିଆ ଟିକଟ କାଟି ଆଣିଥିଲେ । ଏଭଳି ସାଧାରଣ ଲୋକଙ୍କ ସହ ମିଶିବା ଓ ସମସ୍ୟା ସମାଧାନ କରିବା ପଦକ୍ଷେପକୁ ସାରା ରାଜ୍ୟରେ ପ୍ରଶଂସା କରାଯାଇଥିବା ବେଳେ ରାଜ୍ୟ ରାଜନୈତିକ ବାତାବରଣ ଚଳଚଞ୍ଚଳ ହୋଇ ଉଠିଛି । ମୁଖ୍ୟମନ୍ତ୍ରୀ ପାଣ୍ଡିଆନଙ୍କୁ ଯେ କେତେ ଭଲପାଉଛନ୍ତି ଏଥିରୁ ଅନୁମାନ କରାଯାଇ ପାରୁଛି । କାହିଁକି ନା ମୁଖମନ୍ତ୍ରୀଙ୍କ ଭଳି ଦୁଇ ଦୁଇଟି ବରିଷ୍ଠ ଆଇଏସ ଅଧିକାରୀଙ୍କୁ ପୁଣି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାଙ୍ଗରେ ନେଇ ବିଭିନ୍ନ ଜିଲ୍ଲା ଗସ୍ତ କରିବା ଏବଂ ମୂଲ୍ୟବାନ ହଳଦୀଆ ଚକ ଚକିଆ ହେଲିକେପ୍ଟରରେ ଗସ୍ତ କରିବା ଜଣେ ସରକାରୀ ଅଫିସର ପାଇଁ କିଛି କମ କଥା ନୁହେଁ ବୋଲି ବିରୋଧୀ ଶିବିରରେ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ଫଳରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ହେବେ କି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଦେଖାଯାଉ କୁଆଡ଼ର ପାଣି କୁଆଡେ ଯାଉଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ନିଉଜ ବୁରୋଚିଫ ନିମାଇଁ ଚରଣ ପଣ୍ଡା


Delayed but very good initiative !
Thank you