
ଆସିକା (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ମହିଳା କଂଗ୍ରେସ ତରଫରୁ ଗତକାଲି ସ୍ଥାନୀୟ କନ୍ୟକା ମନ୍ଦିର ପରିସରରେ ଏକ ମହିଳା ସମାବେଶ ଜିଲ୍ଲା ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସ୍ୱରୂପା ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।ସଭାରେ ରାଜ୍ୟ ନବୀନ ସରକାର ଓ ମୋଦି ସରକାରଙ୍କର ନାରୀ ବିରୁଦ୍ଧ କାର୍ଯ୍ୟ, ମହିଳା ନିର୍ଯ୍ୟାତନ ପ୍ରଭୃତି ଆଲୋଚନା ହେବା ସହ ନବୀନ ସରକାରରେ ରାଜ୍ୟର ମହିଳାମାନେ ଅସୁରକ୍ଷିତ ବୋଲି ବକ୍ତାମାନେ ପ୍ରକାଶ କରିବା ସହ ରାଜ୍ୟର ଦୁଃଶାସନମାନଙ୍କର ସଂଖ୍ୟା ବୃଦ୍ଧି ପାଇଛି । ମା’ ମାନଙ୍କର ଇଜ୍ଜତ ଲୁଟ ଚାଲିଛି । ଅପରାଧୀମାନେ ନବୀନ ସରକାରଙ୍କ ପୃଷ୍ଠ ପୋଷକତା ଲାଭ କରୁଛନ୍ତି । ନବୀନଙ୍କ ମନ୍ତୀମାନେ ନାରୀ ଜାତିର ଅପମାନ କରୁଛନ୍ତି । ରାଜ୍ୟରେ ପ୍ରତିଦିନ ଛଅ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଗଞ୍ଜାମର ପୁରୁଷ ଓ ନାରୀମାନେ ସୁରଥ ଯାଇ ଦାଦନ ଖଟୁଛନ୍ତି । ଆସିକା ସୂତାକଳ ବନ୍ଦ ରହିଛି । ଚିନି କାରଖାନାର ଉନ୍ନତି ନାହିଁ, ଗାଁ ଗାଁରେ ମଦ ଓ ଅପରାଧ ବୃଦ୍ଧି ପାଇଛି । ଏଣୁ ରାଜ୍ୟ ଓ କେନ୍ଦ୍ର ସରକାରକୁ ପରିବର୍ତ୍ତନ କରିବାର ସମୟ ଆସିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ମହିଳା କଂଗ୍ରେସ ସଭାପତି ସ୍ୱରୂପା ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ସୁଜ୍ଞାନୀ ପଟ୍ଟନାୟକ, ପ୍ରତିମା ମିଶ୍ର, ସନ୍ତୋଷ ନାୟକ, ଓମ ପ୍ରକାଶ ସାହୁ, ରାଜେଶ୍ୱର ସୁବୁଦ୍ଧି, ଗୀତା ରାଓ, ବବି ପ୍ରଧାନ, ଜ୍ୟୋତ୍ସାରାଣୀ ପାତ୍ର, ପବିଣା ବେହେରା, ମଞ୍ଜୁ ବେହେରା, ଦୀପା ପଣ୍ଡା, ପ୍ରେମା ପ୍ରଧାନ, ଆରତି ପ୍ରଧାନ, ବନୀ ପ୍ରଧାନ, ତାରିଣୀ ପ୍ରଧାନ, ଲିଲି ସାହୁ, କବିତା ସାହୁ, ସବିତା ସାହୁ, ମନି ବେହେରା, ଗୀତାଞ୍ଜଳି ପଣ୍ଡା, ଲୀଲା ରାଓ, ମାମା ପଣ୍ଡା, ନର୍ମଦା ମହାନ୍ତି, କୁମୁଦୁନୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






