ଜଳେଶ୍ୱର (ସମୃଦ୍ଧ ଓଡିଶା) ରାମ ଜନ୍ମଭୂମୀ ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ଲାଗି ଆଜି ମଧ୍ୟ ନମସ୍ତେ ଅଯୋଦ୍ଧା ଆମେ ସମସ୍ତେ ସଂଗଠନ ପକ୍ଷରୁ ସୁବର୍ଣ୍ଣରେଖା ନଦୀର ପାଣି ଓ ମୂର୍ତ୍ତିକା ଦ୍ରୁତ ଡାକଯୋଗେ ପଠାଯାଇଥିବା ଜଣାଯାଇଛି । ଅଗଷ୍ଟ ୫ତାରିଖରେ ପ୍ରଧାନମନ୍ତ୍ରୀ ରାମମନ୍ଦିର ନିର୍ମାଣ ଭୂମୀପୂଜା କରିବାର ଆୟୋଜନ ହୋଇଥିବାରୁ ସୁବର୍ଣ୍ଣରେଖାର ରାଜପୁର-ଶିଖରପୁର ଘାଟରୁ ପାଣି ଓ ମାଟି ପଠାଇବାର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମର ଆବାହକ ସମାଜସେବି ମନୋରଂଜନ ଦାସଙ୍କ ଆବାହକତ୍ୱରେ ଜଳେଶ୍ୱରର କପିଳମୁନୀ ଆଶ୍ରମ ନିକଟରୁ ଏକ ପୂଜାର୍ଚ୍ଚନା କରାଯାଇ ସାମାଜିକ ଦୂରତା ରକ୍ଷାକରି ଶୋଭାଯାତ୍ରାରେ ଯାଇଥିଲେ । ଦେବବ୍ରତ ପାଣିଗ୍ରାହୀ ଓ ଅନୁଷ୍ଠାନର ମୁଖ୍ୟ ପୋରଧା ଯାତ୍ରା ଜଗତର ଅଭିନେତା ଗୌର ଦାସ, ନିତାଇ ଲାଲ ଦେ, ଯଶୋମତି ଦେ, ଚନ୍ଦ୍ର ମହନ ରାଉଳ, ଜଗଦିଶ ବେହେରା, ସୃଷ୍ଟିଧର ରାଉଳ, ଆଶିଷ କୁମାର ଗିରି, ଗୌରଶଂକର ଦଳାଇ, ସୁଜିତ୍ ମହାନ୍ତି, ବିକାଶ ମହାଳିକ, ମାନି ମହାଳିକ, ଦେବାଶିଷ ଦେ, ସଭାଶିଷ ଦେ, ସୁଶାନ୍ତ ପ୍ରଧାନ, ଗୋପବଂଧୁ ସାହୁ, ସମ୍ଭୁନାଥ ଦାସ ପ୍ରମୁଖ ଏଥିରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା