ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ବିଜୁ ଜନତା ଦଳ ଛତ୍ରପୁର ଓ ମୋ ପରିବାର ଆନୁକୂଲ୍ୟରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ. ଧନଞ୍ଜୟ ରେଡି, ସରପଞ୍ଚ ବାବୁଲା ବେହେରା, ସମିତିସଭ୍ୟ ଜ୍ୟୋତିରଞ୍ଜନ ସାହୁ, ବିଜେଡି ବ୍ଲକ ସଭାନେତ୍ରୀ ଶ୍ରୀମତୀ ନମିତା ମହାରଣା, ବିଜେଡି ପଞ୍ଚାୟତ ସଭାପତି ମନୋଜ ମହାଙ୍କୁଡ, ଯୁବ ନେତା ବିଜୟ କୁମାର ପଣ୍ଡା, ଜଗନ୍ନାଥ ସାବତ ଓ ସ୍ଥାନୀୟ ନେତୃତ୍ୱ ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରିଛନ୍ତି l ବର୍ତ୍ତମାନ ମହାମାରୀ କରୋନାର ଭୟାବହ ପରିସ୍ଥିତିରେ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନ ବାର୍ତ୍ତl – ସାମାଜିକ ଦୂରତ୍ବ ରକ୍ଷା କରିବା, ମାସ୍କ ପିନ୍ଧିବା, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ଅତି ଜରୁରୀ ନଥିଲେ ଘରୁ ବାହାରକୁ ଯିବା ନାହିଁ, ଟୀକା ନ ଆସିବା ପର୍ଯ୍ୟନ୍ତ ମାସ୍କ ହିଁ ଆମର ସୁରକ୍ଷା କବଚ, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଅନୁରୋଧ ପ୍ଲାଜମା ଦାନ କରି ଅନ୍ୟ ରୋଗୀର ଜୀବନ ବଞ୍ଚାନ୍ତୁ, କରୋନା ସମୟରେ ଯେଉଁ ଲୋକମାନଙ୍କୁ ଭଗବାନ ଭଲରେ ରଖିଛନ୍ତି ଓ ରୋଜଗାର କରିବାର ଅଧିକ କ୍ଷମତା ଦେଇଛନ୍ତି, ସେହି ଲୋକମାନଙ୍କୁ ଅନୁରୋଧ ଦୁଃଖି, ଗରିବ, ଖଟିଖିଆ ଦିନ ମଜୁରିଆ ଓ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟର ହାତ ବଢ଼ାନ୍ତୁ – ଏହି ବାର୍ତ୍ତାକୁ ଘରେ ଘରେ ବୁଲି ଜନସାଧାରଣ ମାନଙ୍କୁ ସଚେତନ କରାଯାଇଅଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା