ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାଅନ୍ତର୍ଗତ ଜଳେଶ୍ୱର ମ୍ୟୁନିସିପାଲଟିର ଜନସଂଖ୍ୟା ପ୍ରାୟ ୩୫ହଜାର ଓ ଏଥିରେ ୪ହଜାରରୁ ଅଧିକ ପରିବାର ବାସ କରି ଆସୁଛନ୍ତି । କିନ୍ତୁ ଏହି ପରିବାର ଗୁଡିକରେ ବ୍ୟବହ୍ୟତ ହେଉଥିବା ପାଇଖାନାରୁ ନିର୍ଗତ ମଳ ବିଭିନ୍ନ ଜନବସତି ନିକଟରେ ଫୋପଡା ଯାଉଥିବାରୁ ପରିବେଶ ପ୍ରଦ୍ୟୁଷଣ ହୋଇ ଆସୁଛି । ସରକାରଙ୍କ ଏହି ବାହ୍ୟମଳ ପରିଚାଳନା ଲାଗି ଅଦ୍ୟାବଧି ଜଳେଶ୍ୱର ମ୍ୟୁନିସିପାଲଟିରେ କୌଣସି ବ୍ୟବସ୍ଥା ନାହିଁ । ନିକଟରେ ଏଥିଲାଗି ପ୍ରାୟ ୧କୋଟି ଟଙ୍କା ବ୍ୟୟ ବରାଦରେ ଏବଂ ୨ଏକର ଜାଗାରେ ଏକ ବାହ୍ୟ ମଳ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା ଲାଗି ବ୍ୟବସ୍ଥା ହୋଇଛି । ଜଳେଶ୍ୱର ମ୍ୟୁନିସିପାଲଟିର ଆବେଦନ ଯୋଗୁଁ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତା କେତେକ ସ୍ଥାନ ବୁଲି ଦେଖିଛନ୍ତି । ପୌର ଅଧିକାରୀ ଅଜୟ କୁମାର ମହାପାତ୍ର ଏଥିଲାଗି ନିକଟସ୍ଥ ରାଜପୁର ପଞ୍ଚାୟତର ପତିତ ୯୯ ଏକର ନାଉ ଦହ ଠାରେ ଏପରି କେନ୍ଦ୍ର ପ୍ରତିଷ୍ଠା ଲାଗି ଜିଲାପାଳଙ୍କୁ ସୁପାରିଶ କରିଛନ୍ତି । ଏହା ପ୍ରତିଷ୍ଠା ହୋଇ ପାରିଲେ ଜଳେଶ୍ୱର ମ୍ୟୁନିସିପାଲଟିର ପ୍ରତ୍ୟେକ ପରିବାର ପାଇଖାନା ଟାଙ୍କିରୁ ବାହାରୁଥିବା ମଳ ସେଠାରେ ପରିଚାଳନା କରାଯାଇପାରିବ । କେବଳ ମ୍ୟୁନିସିପାଲଟି ନୁହେଁ ଆବଶ୍ୟକସ୍ଥଳରେ ପଞ୍ଚାୟତ ସ୍ତରକୁ ଆସୁଥିବା ପାଇଖାନାର ମଳ ସେଠାରେ ସଂଗ୍ରକ୍ଷଣ ହୋଇ ପାରିବ । ସେଥିପାଇଁ ଆବଶ୍ୟକୀୟ କାର୍ଯ୍ୟକ୍ରମ ସରକାର ହାତକୁ ନେଇଥିବା ମ୍ୟୁନିସିପାଲଟି ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା