ନାବାଳିକାର ବିବାହ ରୋକିଲା ଗଜପତି ଶିଶୁ ସୁରକ୍ଷା ୟୁନିଟ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନାବାଳିକାର ବିବାହ ରୋକିଲା ଗଜପତି ଶିଶୁ ସୁରକ୍ଷା ୟୁନିଟ । ପରିଣତ ବୟସ ନ ହେଉଣୁ ଏକ ବିବାହ ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମରେ ଆସନ୍ତାକାଲି ଆୟୋଜିତ ହେବା ଖବର ପାଇବା ପରେ । ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଏକ ୬ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଉଭୟ ପରିବାରକୁ ବୁଝାସୁଝା କରିଥିଲେ । ଏହା ପରେ ପରିବାର ପକ୍ଷରୁ ବିବାହ କାର୍ଯ୍ୟକ୍ରମ ବନ୍ଦ କରାଯାଇଥିଲା । ଏକ ଲିଖିତ ଘୋଷଣା ପତ୍ରରେ ଆଇନକୁ ସମ୍ମାନ ଜଣାଇ ଝିଅକୁ ୧୮ ବର୍ଷ ବୟସ ପୂର୍ଣ୍ଣ ହେବା ପରେ ବିବାହ କରିବାକୁ ସମ୍ମତି ଜଣାଇଛନ୍ତି ଝିଅର ପିତା ଓ ମାତା । ଏଥିରେ ଗୋଷାଣୀ ସିଡିପିଓ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ସୁଜିତ ପ୍ରଧାନ