— ନାମ —

ନାମରେ ପରିଚୟ ଖୋଜିବା ଏକ ସମ୍ପ୍ରଦାୟୀକ ବିଚାରବଦ୍ଧତା ଯାହା
ମଣିଷକୁ ମୁଁ ର ପରିଚୟ ଦେବାଭଳି ଅନୁଭୂତି ସୃଷ୍ଟି କରିଥାଏ !
ତଥାପି ଏପର୍ଯ୍ୟନ୍ତ କେହି ମୁଁ ର ପରିଚୟ ପାଇ ନାହାନ୍ତି ! କାହିଁକି ?!!

ନାମଟି ହେଉଛି ନିର୍ଗୁଣ, ନିରାକାର । ନାମର ସତ୍ତା କେବଳ ମନ ମାନସରେ ରହିବା ବ୍ୟତୀତ ତାହାର କୌଣସି ଉପାଦେୟ ବିଷୟ ବସ୍ତୁ, ଅବସ୍ଥିତି କିମ୍ବା ମୂଲ୍ୟଧାରା ନଥାଏ । ନାମଟି ପଛରେ ରହିଥବା ଚରିତ୍ର ପ୍ରବାହ କେବଳ ସାମାଜିକ ଅର୍ଥରେ ବ୍ୟବହାରିତ, ଯାହା ସତ୍ୟ, ଶିବ, ସୁନ୍ଦର ଭାବେ ପ୍ରକାଶିତ ନା ରାକ୍ଷସ, ଅମାନବୀୟତାରେ ପରିପୂର୍ଣ୍ଣ ଦେଖିବା କଥା । ଅର୍ଥ କେତେକ ସତ୍ୟ, ଶିବ, ସୁନ୍ଦର ଚାରିତ୍ରିକ ମାନବୀୟ ବିଚାରଧାରାକୁ ନେଇ ବର୍ଣ୍ଣିତ ରୂପାନ୍ତରିତ ଚେହେରାକୁ ଭଗବାନ ବୋଲି ଗୋଟିଏ ସୁନ୍ଦର, ଶାଶ୍ୱତ ନାମରେ ନାମିତ କରାଯାଇ ଅଛି ମାତ୍ର, ଯାହା ନିରାକାର । ଅନୁରୂପ ରାକ୍ଷସ, ଅମାନବୀୟ ଚରିତ୍ର ପ୍ରବାହଯୁକ୍ତ କେତେକ ଚେହେରା ରାକ୍ଷସ ରୂପରେ ଚିତ୍ରିତ । ଏସବୁ କେବଳ ସାଧାରଣ ମଣିଷର ଭାବଧାରରେ ପରିବର୍ତ୍ତନ କରି ସେମାନଙ୍କ ଜୀବନକୁ ସରସ, ସୁନ୍ଦର, ମାନବୀୟ ଯୁକ୍ତ ମାନସିକତା ସୃଷ୍ଟି କରାଯିବା ଲକ୍ଷ ରଖି ସୁଖ୍ୟାତ ଦାର୍ଶନିକ ମଣ୍ଡଳୀ ପ୍ରସ୍ତୁତ କରିଥିଲେ କେତେକ ଅଲୌକିକ ଚେହେରା । ଉପସ୍ଥିତ ସମୟର ନିର୍ବୋଧ, ଅଜ୍ଞାନ ସେମାନଙ୍କ ଶାଶ୍ୱତ ଚିନ୍ତାଧାରାକୁ ହୃଦୟଙ୍ଗମ କରି ତାହାର ଯଥାର୍ଥତା ଅନୁଭବ ବିପରୀତେ ସଂକ୍ଷିପ୍ତ ରାସ୍ତାରେ କୌଣସି ଅଲୌକିକ ସାନିଧ୍ୟ ଅଧିଗ୍ରହଣ ଉପଲକ୍ଷରେ କାଠ, ପଥର ବର୍ଣ୍ଣିତ ମୂର୍ତ୍ତି ଗୁଡିକୁ ସମ୍ମୁଖରେ ଆରାଧନା କରି ଅଭ୍ୟନ୍ତରରେ ଯଥେଷ୍ଟ କଳୁଷିତ, ଅମାନବୀୟ, ରାକ୍ଷସ ବିଚାରଧାରା ପ୍ରବାହିତ କରୁଥିବା ଏକ ଅତ୍ୟନ୍ତ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳୁଛି ସର୍ବତ୍ର । ଏହି ମୂର୍ତ୍ତି ପୂଜାର କୌଣସି ଫଳପ୍ରଦ ଅନୁଭବ ନଥିଲେ ମଧ୍ୟ ନିଜକୁ ସତ୍ୟର ପରିପନ୍ଥୀ ଭାବେ ସମାଜରେ ପ୍ରତିଷ୍ଠିତ କରିବା ଲକ୍ଷ ରଖି କରାଯାଉ ଥିବା ଦେଖାଣିଆ ଚରିତ୍ର ଗୁଡିକ ବାସ୍ତବିକ ମୂଲ୍ୟହୀନ । ଅଧିକନ୍ତୁ ବାହ୍ୟ ପ୍ରଦର୍ଶିତ ଛଳନାତ୍ମକ ସାତ୍ୱିକ ପରିଚ୍ଛନ୍ନତାର ପ୍ରକୋପରେ ଅଭ୍ୟନ୍ତର ଦୁର୍ଗନ୍ଧିତ କଳୁଷିତ ହୋଇ ଚାଲିଥିବା ବୁଝି ପାରନ୍ତି ନାହିଁ ନିର୍ବୋଧ, କିମ୍ବା ସମ୍ମୁଖ ପ୍ରତ୍ୟାଶୀ । ଭଗବାନ ଅର୍ଥର ବ୍ୟାଖ୍ୟା କରୁଥିବା ସବୁ ମଣିଷ ଗୁଡିକ କେବଳ ନିର୍ବୋଧଙ୍କୁ ପ୍ରତାରଣା କରିବା ଲକ୍ଷ ରଖିଥିବା ବେଳେ ନିର୍ବୋଧ ସେଗୁଡିକ ପ୍ରତି ଜିଜ୍ଞାସୁ ମନୋଭାବ ନରଖି ଅନ୍ଧ ଭଳି ବିଶ୍ୱାସକୁ ନେଉଥବା ଏକ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ଆଜି ସମୟର । ଏହି କଥାର ଯଥାର୍ଥତା କେତେ ବିଚାର କରିବା……ମହା ପୁରୁଷୋତ୍ତମ ବୁଦ୍ଧଦେବଙ୍କ ଠାରୁ ଆରମ୍ଭ କରି ଅନେକ ସତ୍ୟ, ଶାଶ୍ୱତ ମହାପୁରୁଷ ମୂର୍ତ୍ତି ପୂଜାକୁ ବାରଣ କରିଥିବା ବେଳେ କେତେକ ଅଜ୍ଞାନ କେଳେଙ୍କାରୀ ଚରିତ୍ର ଯୁକ୍ତ ଚତୁର ସେଗୁଡିକ ସମାଜରେ ପ୍ରତିଷ୍ଠା ପୂର୍ବକ ସାଧାରଣ ଲୋକଙ୍କୁ ଅଲୌକିକ ମାଧ୍ୟମରେ ଫଳପ୍ରଦ ଚେତନାରେ ଅଭିଷିକ୍ତ କରିଥିବା ଏବଂ ସାଧାରଣ ମଣିଷ ନିଜର ନିର୍ବୋଧତା ହେତୁ ସେଗୁଡିକୁ ଅନାୟାସ ଗ୍ରହଣ କରି ଚାଲିଥିବା ବିଶ୍ଳେଷଣ ହୁଏନାହିଁ କେଉଁଠି । ସତ୍ୟର ଅନୁସନ୍ଧିତ୍ସା ତଥ୍ୟର ଉପଲବ୍ଧିରେ ନିମଜ୍ଜିତ ବିଜ୍ଞ ଜୀବନର ଭରପୁର ଆନନ୍ଦ ଉଠାଉଥିବା ବେଳେ ଆଳସ୍ୟ, ମିଥ୍ୟଗ୍ରାହୀ ଅଲୌକିକ ମାନସ ମନ୍ଥନରେ ପାଇଥା\’ନ୍ତି ଯଥେଷ୍ଟ ସୁଖ । କିନ୍ତୁ ସେହି ସୁଖ କୌଣସି ବାସ୍ତବବାଦୀ ଅନୁଭୁତି ପରିସରଭୁକ୍ତ ନହୋଇ କେବଳ ମୃତ୍ୟୁ ପରବର୍ତ୍ତୀ ହୋଇଥିବା ବେଳେ ତାହାର ସତ୍ୟତା ଉପରେ କୌଣସି ସୂଚନା ନାହିଁ ଏପର୍ଯ୍ୟନ୍ତ । ତଥାପି ସମସ୍ତେ ତାହାରି ପଛରେ ପ୍ରଧାବିତ !! ନିରଳସ, ନିସ୍ୱାର୍ଥ, ନିର୍ବିକାର କେବେହେଲେ ଅଲୌକିକ ଭାବଧାରା ରଖି ନଥା’ନ୍ତି । ଅଲୌକିକ ସତ୍ତା ଉପରେ କୌଣସି ବିଶ୍ୱାସ କିମ୍ବା ଆଶ୍ୱାସର ଆଶା ନରଖି କେବଳ କର୍ତ୍ତବ୍ୟରେ ମାନବିକ ଧର୍ମକୁ ସର୍ବାଦୌ ପ୍ରାଧାନ୍ୟତା ଦେଇଥା\’ନ୍ତି । ସେମାନଙ୍କୁ କୌଣସି ମୂର୍ତ୍ତି ପୂଜା କିମ୍ବା କାହାର ଆଶ୍ୱାସନା, ଆଶୀର୍ବାଦର ଆବଶ୍ୟକତା ରହିନଥାଏ । ତଥାପି ସେମାନଙ୍କ ଜୀବନ ଯାତ୍ରା ସଠିକ ଚାଲିଥାଏ । ଠିକ ତାହାର ବିପରୀତ ମଣିଷଙ୍କ ସଂଖ୍ୟା ପ୍ରାୟତଃ ୯୯ ରୁ ଅଧିକ ଦେଖିବାକୁ ମିଳନ୍ତି ଆମ ସମାଜରେ । ନାମରେ ଅଭିଷିକ୍ତ ନିଜ ପରିବେଶ ମଧ୍ୟରେ ନିଜ ନାମର ପରିଚୟ ସୃଷ୍ଟି କରିବା ଲକ୍ଷ ରଖି ଯାହା କରିବାକୁ ସୁଯୋଗ ମିଳିଥାଏ କରିଥା\’ନ୍ତି । ଜୀବନରେ ଅର୍ଜିତ ସମସ୍ତ ସାମାଜିକ ମାନ୍ୟତାକୁ ନାମରେ ଧାରଣ କରି ତଥ୍ୟ ସମ୍ପଦ ଗୁଡିକୁ ମୋର କରିଥିବା ଆତ୍ମୀୟ ସ୍ୱଜନଙ୍କ ହାତରେ ଟେକିଦେଇ ସଂସାର ତ୍ୟାଗ କରିବା ଲକ୍ଷର ରୁଚି ଏକ ଭିନ୍ନ ହୋଇଥାଏ ସେମାନଙ୍କ ପାଇଁ । ଅଧିକନ୍ତୁ ନିଜର ନାମଟିକୁ ଚିରାଚରିତ କରିପାରିଲେ ଜଣେ ସମ୍ପୂର୍ଣ୍ଣ ମଣିଷର ସାମାଜିକ ପରିଚିତି ସୃଷ୍ଟି ହୋଇପାରିବ ବୋଲି ବିଚାର ରହିଛି ସମସ୍ତଙ୍କର ଯାହା ମୃତ୍ୟୁ ପରେ ତାକୁ କୌଣସି ଅନୁଭବ ପ୍ରଦାନ କରିବାର ବ୍ୟବସ୍ଥା ନଥିଲେ ମଧ୍ୟ ତାହା ଏକ ଅଲୌକିକ ଅନୁଭବ ପୂର୍ବକ ମଣିଷର ଦୃଷ୍ଟିକୋଣ ଏକ ଭିନ୍ନ………! ମଣିଷ ହେଉକି କୌଣସି ଅଲୌକିକ ନାମରେ ନିମଗ୍ନ ମଣିଷଙ୍କ ଭାବଧାରା ଏକ ନିଜସ୍ୱ ଦୃଷ୍ଟିକୋଣ ମାତ୍ର । ନାମ ସଂକୀର୍ତ୍ତନ ନାମରେ ବିହ୍ୱଳ ମଣିଷର ଏକ ମତ୍ତ ପାଗଳ ଅନୁଭୂତି ମାତ୍ର ଯେଉଁଥିରେ ତିଳେହେଲେ ବାସ୍ତବବାଦୀ ବିଚାର ରହିନଥିବା ବେଳେ ନାମ ପଛର ଚରିତ୍ର ଗୁଡିକ କେବଳ ଆଲୋଚନା ପରିସର ମଧ୍ୟରେ ସୀମିତ ରଖି ଅନ୍ୟ ସମୟ ଗୁଡିକରେ ସେହି ଚିରାଚରିତ ଅମାନବୀୟ, ରାକ୍ଷସ ଚରିତ୍ର ପ୍ରବାହ କରୁଥିବା ଦେଖିବାକୁ ମିଳିବ ସେହି ସମସ୍ତ ମଣିଷଙ୍କର ଯେଉଁମାନେ ନାମରେ ବିଶ୍ୱାସ ରଖିଥା\’ନ୍ତି । କାରଣ ନାମରେ କିଛି ରହିନଥାଏ କେବଳ ଗୋଟିଏ ଅଲୌକିକ ଭାବଧାରା ବ୍ୟତୀତ । ସାଧାରଣ ମଣିଷ ତାହାର ବିଶ୍ଲେଷଣାତ୍ମକ ବିଚାର ନରଖି ସାମାଜିକ ପ୍ରବାହିତ ସ୍ରୋତରେ ନିଜକୁ ସଂଶ୍ଲିଷ୍ଟ କରି କେଉଁ ଅପୂର୍ବ ସାନିଧ୍ୟ ଲାଭ କରିଥା\’ନ୍ତି ସେମାନେ ହିଁ ଜାଣୁଥିବେ । ମୃତ୍ୟୁ ପରେ ପୃଥିବୀ ଧ୍ୱଂସ ହେବା ପର୍ଯ୍ୟନ୍ତ ଏହି ଜନ୍ମର ଆତ୍ମୀୟ ପୁଣି ଥରେ କେବେ ଆତ୍ମୀୟ ହୋଇ ଉଭା ହେବାର କୌଣସି ସମ୍ଭାବନା ନଥାଇ ମଧ୍ୟ ସେହି ସମସ୍ତେ କିଭଳି ଆତ୍ମୀୟ ହୋଇଥା\’ନ୍ତି ଆମର, ଏକ ଅବିଶ୍ଲେସିତ ଅଲୌକିକ ସୀମିତ ଜ୍ଞାନର ଭାବଧାରା ମଧ୍ୟରେ ସମସ୍ତେ ଅନ୍ତର୍ନିବେସିିତ । କୌଣସି ପରିସ୍ଥିତିରେ ଏହି ଜନ୍ମର ଅର୍ଜିତ ମନୁଷ୍ୟ କୃତ ଅପ୍ରାକୃତିକ ସାମାଜିକ ସମ୍ପଦ ନେଇ ଅନ୍ୟ କେଉଁଠାରେ ଆବିର୍ଭାବ ହେବା ଅସମ୍ଭବ । ଛାଡି ଯାଇଥିବା ସମ୍ପଦ ( ସାମାଜିକ ସମ୍ମାନ, ପାର୍ଥିବ ସମ୍ପଦ) କୁ ଭବିଷ୍ୟ ପିଢ଼ି କେଉଁ ଆକୃତିରେ ଗଢି ତୋଳିବେ ତାହାର କୌଣସି ଚେତନା ବିହୀନ ପରିତ୍ୟକ୍ତ ମଣିଷର ଜୀବିତାବସ୍ଥାରେ ଆଲୋଡିତ ଗ୍ରହଣୀୟତା ଏକ ଅଲୌକିକ ବିଚାର ମାତ୍ର । ଅର୍ଥାତ ନାମର ସତ୍ତା, ସଜ୍ଞା ବିହୀନ ସମାଜରେ କୌଣସି ନାମକୁ ନେଇ ନିଜର ଭାବଧାରା ବିଚଳିତ କରିବା ହେଉ କିମ୍ବା ନିଜସ୍ୱ ନାମର ଅକ୍ଷୁର୍ଣ୍ଣତା ଉପରେ ବିଚାର ଏକ ଅପ୍ରାକୃତିକ, ଅମାନବୀୟ ବିଚାରଧାରା ଜନିତ କ୍ଳେଶ ଯୁକ୍ତ ଦୃଷ୍ଟିକୋଣ ଛଡା ଅନ୍ୟ କିଛି ହୋଇ ନପାରେ । ଏହି ତତ୍ୱର ଗହନ ବିଶ୍ଳେଷଣ କରି ସାଧାରଣ ଜନମାନସରେ ମାନବୀୟ ଚେତନା ଉଦୟ କରିବା ଲକ୍ଷ ରଖିଥିବା ସତ୍ୟ, ସାଧୁ ସନ୍ଥ ଗୁଡିକ ଆଜି ସମୟରେ ନଥିବା ବେଳେ ସମୟ ସ୍ରୋତରେ ପାଶ୍ଚାତ୍ୟର କଳୁଷିତ ଭାବଧାରା ଗୁଡିକ ଭାରତୀୟ ମାନଙ୍କୁ ଯେଉଁ ସ୍ତରକୁ ଟାଣି ଆଣିଲାଣି ସେଇଥିରେ ଭାଗିଦାରୀତା କରୁଥିବା ଆମ ଦେଶର ଶୀର୍ଷ ସ୍ଥାନିତ ବ୍ୟକ୍ତି ମାନଙ୍କ ସ୍ଥାନ ଏକ ଭିନ୍ନ ସ୍ତରରେ । ତେଣୁ ସାଧାରଣ ଲୋକ ଗୁଡିକ ସମୟ ଚକ୍ରର ପ୍ରବାହିତ ଭାବଧାରା ସହିତ ନିଜକୁ ସମାନ୍ତରାଳ ନକରି ଆଲୋଡ଼ନାତ୍ମକ ବିଚାରଶୀଳତା ଦୃଷ୍ଟିକୋଣ ସୃଷ୍ଟି କରିବା ପାଇଁ ଚେଷ୍ଟିତ ରହିବା ଆବଶ୍ୟକ । ଆଲୋଡ଼ନାତ୍ମକ ତଥ୍ୟାନୁସାରଣ ବିଚାର ଜାଗ୍ରତ କରାଗଲେ ସତ୍ୟର ପ୍ରଛଦ ପଟରେ ରହିଥବା ବାସ୍ତବତା ଅନୁଭବ କରିହେବ । ଷଡ଼ଯନ୍ତ୍ରୀଙ୍କ ମାୟାର ନେପଥ୍ୟରେ ରହିଥବା ପ୍ରତାରଣାକୁ ବୁଝି ସତ୍ୟ କୁ ଜାଣି ହେବ । ଅଥବା ଦୁସ୍ଥ ଚତୁରଙ୍କ ଷଡ଼ଯନ୍ତ୍ରୀକ ମାୟାରେ ଛନ୍ଦିହୋଇ ପିଢ଼ିକୁ ପିଢ଼ି ନିଷ୍ପେସିତ ହୋଇ ଆସୁଥିବା ଆମ ଦେଶର ପରମ୍ପରା ସୁଧୁରିବା ବିପରୀତେ ସମସ୍ତଙ୍କୁ ପ୍ରତାରିତ କରି ଚାଲିଥିବ ବୋଲି ଆମ ବିଚାରରେ ଆପଣଙ୍କ ଅନୁଭବ ବ୍ୟକ୍ତ କରିବେ ବୋଲି ଆଶା !


ପଙ୍କଜ କୁମାର ପାଣିଗ୍ରାହୀ,
ସୋସିଆଲ ଫୋରମ (ଭାରତ)
ଛତ୍ରପୁର, ଗଞ୍ଜାମ.