

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ପଞ୍ଚାୟତର ବିଭିନ୍ନ ଗାଁ ଗୁଡିକ ବହୁ ଅସୁବିଧାରେ ରହିଛନ୍ତି । ନୂଆଗାଁକୁ ଯିବାକୁ ହେଲେ ଭଲ ରାସ୍ତା ଟିଏ ନାହିଁ କି ନଳକୂଅ ଟିଏ ନାହିଁ । ପାଣି ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗାଁ ଲୋକେ । କଲିଙ୍ଗା ଗାଁର କଥା ନ କହିବା ଭଲ କାହିଁକି ନା ଗାଁ ରାସ୍ତା ଆରମ୍ଭରୁ ହିଁ ଅସୁବିଧା । ତିତିଲିରେ ଭାସିଯାଇଥିବା ପାହାଡ଼ରେ ଏକ ନଦୀ ରହିଛି ସେହି ନଦୀ ଦେଇ ଯିବାକୁ ପଡେ କଳିଙ୍ଗା ଗ୍ରାମ । ବର୍ଷା ହେଲେ ପ୍ରବଳ ସୁଅ ଏହି ନଦିରେ କେମିତି ଯିବେ ବୃଦ୍ଧା, ରୋଗୀ, ପ୍ରସବ ମହିଳା, ଛାତ୍ରଛାତ୍ରୀଙ୍କ ଚିନ୍ତା ବଢିଯାଏ । ଦୁଖଃର ବିଷୟ ରାସ୍ତା ତ ହେଉନାହିଁ ପୋଲ ଟିଏ ବି ନାହିଁ, ରାତିଅଧରେ ଯଦି କାହାର ଦେହ ଖରାପ ହୁଏ ନିଶ୍ଚିତ ଭାବେ ବିପଦର ସମ୍ମୁଖିନ ହେବାକୁ ପଡିବ । ସେହିପରି କଇଁପୁର ପଞ୍ଚାୟତର ଉଡାଲିଙ୍ଗ ଗ୍ରାମ, ପାହାଡ଼ ଉପରି ଭାଗରେ ରହିଛି ଉଡାଲିଙ୍ଗ ଏହି ଗ୍ରାମରେ କୌଣସି ସୁବିଧା ନାହିଁ, ନାହିଁନାହିଁରେ ଚାଲିଛି କଇଁପୁର ପଞ୍ଚାୟତର ଅନେକ ଗାଁ । ଏହି ସମସ୍ୟା ଗୁଡିକର ସମାଧାନ ନିମନ୍ତେ ବହୁ ବାର ପ୍ରଶାସନକୁ ଜଣାଯାଇଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ତେଣୁ ଏହାର ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ସବୁ ସମସ୍ୟାର ସମାଧାନ କରାଯାଉ ବୋଲି ଦାବୀ କରାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା
