


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଶୀନଗରର କବିତା ବାରିକ(୩୮) ନିଆଁରେ ପୋଡି ହୋଇ
ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ଜିଲ୍ଲା ମହିଳା କଂଗ୍ରେସ ସେଲ ସଭାନେତ୍ରୀ ସ୍ୱରୂପା ତ୍ରିପାଠୀଙ୍କ ସମେତ କଂଗ୍ରେସ ଟିମର କିଛି ବ୍ୟକ୍ତି ପୀଡ଼ିତାଙ୍କୁ ସାକ୍ଷାତ କରିବା ପାଇଁ ମେଡିକାଲ ଯାଇ ହଟହଟା ହୋଇଥିବା ଅଭିଯୋଗ ହୋଇଛି । ସେଠାରେ କିଛି ସାମ୍ବାଦିକ ଫଟୋ ଉତ୍ତୋଳନ କରିବାକୁ ସେଠାରେ ଥିବା ପିଜି ଛାତ୍ର ଏହାର ପ୍ରତିବାଦ କରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକ ଓ କଂଗ୍ରେସ ମହିଳା କର୍ମକର୍ତ୍ତାଙ୍କ ସହିତ ପିଜି ଛାତ୍ରଙ୍କ ଯୁକ୍ତିତର୍କ ହୋଇଥିଲା ଫଳରେ ମେଡିକାଲରେ ଅଶାନ୍ତିର ବାତାବରଣ ଦେଖା ଦେଇଥିଲା । ଖବର ପାଇ ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ଏହି ଘଟଣା ମେଡିକାଲ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚିଥିଲା ପରେ ଅଧିକ୍ଷକ ପ୍ରଫେସର ଡ଼ା. ଚରଣ ପଣ୍ଡାଙ୍କ ଉପସ୍ଥିତିରେ ମାମଲାର ଆପୋଷ ସମାଧାନ କରାଯାଇଥିଲା । କବିତାଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଧିକ୍ଷକ ବିଭାଗୀୟ ଡାକ୍ତରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


