ନିଆଁରେ ପୋଡି ଯୁବକ ଗୁରୁତର : କଟକ ସ୍ଥାନାନ୍ତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଥାନା ଅନ୍ତର୍ଗତ ଆମ୍ବଳିଅଠା ଗ୍ରାମର ସ୍ୱର୍ଗତ କାହ୍ନୁଚାରଣ ନନ୍ଦୀଙ୍କ ଏକମାତ୍ର ପୁତ୍ର ସୁକାନ୍ତ ନନ୍ଦି ଓରଫ ଜିତୁ ନନ୍ଦି(୪୭) ଆଜି ନିଜ ବାସଭବନରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଜଣାପଡିଛି । ତାର ଦେହର ୭୦ଭାଗ ପୋଡି ଯାଇଥିବା ବେଳେ ତାକୁ ପ୍ରଥମେ ଜଳେଶ୍ୱର ଜିକେଭଟ୍ଟର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ତାର ପାରିବାରିକ ଅଶାନ୍ତି ଲାଗି ରହୁଥିବାରୁ ସେ ସବୁବେଳେ ମର୍ମାହତ ଅବସ୍ଥାରେ ରହୁଥିଲା । ଆଜି ଅପରାହ୍ନରେ ନିଜ ଶୋଇବା ଘରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗ୍ରାମବାସୀ ତାକୁ ଉଦ୍ଧାର କରି ହସ୍‌ପିଟାଲ ନେଇଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ପ୍ରକାଶ ଯୋଗ୍ୟ ଏହି ସମୟରେ ତାର ଘରେ କେହି ନ ଥିଲେ । ସେ ନିଶାସକ୍ତ ଥିବା କାରଣରୁ ତାର ସ୍ତ୍ରୀ କିଛି ବର୍ଷ ଧରି ତା ନିକଟରୁ ଦୂରେଇ ରହୁଥିଲେ । ଏବେ ସେ ଏକ ଘରୋଇ ବାଲି ଖାଦାନରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା