

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଏକ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି ଯୁବ ସମାଜସେବୀ ପ୍ରଲିପ୍ତ ପ୍ରସାଦ ବଳ । ସେ କେକ କାଟିବା ସହ ନିଜ ଜନ୍ମ ଦିବସ ପାଳନ କରି କୋରନା ମହାମାରୀ ସମୟରେ ରକ୍ତ ଅଭାବକୁ ଆଖି ଆଗରେ ଦେଖି ଆଜି ଢେଙ୍କାନାଳ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ନିଜେ ରକ୍ତ ଦାନ କରିବା ସହ ୧୦ ଜଣଙ୍କୁ ରକ୍ତଦାନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଲ୍ୟାଣ କୁମାର, ଲଷ୍ମୀଧର ସାହୁ, ମନୋଜ ବଲ, ଦୀପକ କୁମାର ସାହୁ, ଆତିସ ମହାଳିକ, ପ୍ରିୟବ୍ରତ ପ୍ରଧାନ ଉପସ୍ଥିତ ଥିଲେ । ଏଭଳି ସମାଜସେବୀଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି ।
ରିପୋର୍ଟ : ଶୁଭମ ପାଣି
