

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଖୋଡାସିଂ ନିବାସୀ ୨୪ ବର୍ଷୀୟ ଆଦର୍ଶ କୁମାର ମହାନ୍ତି ନିଜର ୨୪ ତମ ଜନ୍ମ ଦିବସ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ।ଆମ୍ବପୁଆ ସ୍ଥିତ ମୁକ ବଧିର ବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ପିଲା ମାନଙ୍କ ସହ ନିଜ ଜନ୍ମ ଦିନ ପାଳନ କରିଛନ୍ତି ଆଦର୍ଶ । ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ପିଲା ମାନଙ୍କ ସହିତ ମିଶି ଏହି ଶୁଭ ଅବସରରେ ଆଦର୍ଶ ଙ୍କୁ ଶୁଭେଚ୍ଛା ଦେବା ସହ ପିଲା ମାନଙ୍କ ଶୁଭ କାମନା କରିଥିଲେ । ପିଲାଟି ଦିନରୁ ନିଜର ପାଠ ପଢା ସାଙ୍ଗକୁ ସମାଜ ସେବା କରିବା ପାଇଁ ବେଶ୍ ଆଗ୍ରହୀ ରହି ଆସିଛନ୍ତି ଆଦର୍ଶ ଏବଂ ସବୁ ସମୟରେ ଓ ସବୁ ପରିସ୍ଥିତିରେ ସୁଖ ରେ ହେଉ ଅଥବା ଦୁଃଖ ରେ ସେ କୁନି କୁନି ପିଲା ମାନଙ୍କ ସହିତ ନିଜର ସେହି ଅମୁଲ୍ୟ ମୂହୁର୍ତ୍ତ କୁ ଅତିବାହିତ କରିବେ ବୋଲି ନିଜର ମତ ବ୍ୟକ୍ତ କରିବା ସହ ପିଲା ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।