ଜଳେଶ୍ୱର (ସମୃଦ୍ଧ ଓଡିଶା) ନିଖିଳ ଓଡିଶା କର୍ମୀ ସଂଘର ଜିଲା ସଂପାଦିକା ତଥା ଜଳେଶ୍ୱର ବ୍ଲକ କମିଟିର ସଭାନେତ୍ରୀ ଲକ୍ଷ୍ମୀପ୍ରୀୟା ଦାସଙ୍କ ପୌରହିତ୍ୟରେ ଏକ ବନ୍ଧୁମିଳନ ପର୍ବ ଜଳେଶ୍ୱର ବ୍ଲକ ବଜାର ପ୍ରଜ୍ଞାଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଉପଦେଷ୍ଟା କମଳା ଚକ୍ରବର୍ତ୍ତୀ, ମନୋରଂଜନ ଦାସ, ଶ୍ରୀନିବାସ ଦାସମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଂପାଦିକା କଳ୍ପନା ଦାସ, ମମତା ଦାସମହାପାତ୍ର, ସୁଜାତା ବାରିକ, ପୌରପରିଷଦର ସଭାନେତ୍ରୀ ତୃପ୍ତିରାଣୀ ମହାନ୍ତି, କୁନ୍ତଳା ପାତ୍ର, ସଂଧ୍ୟାରାଣୀ କର୍ମକାର ପ୍ରମୁଖ ଉପସ୍ଥିତ ରହି ନବବର୍ଷର ଶୁଭକାମନା କରିଥିଲେ । ପରେ ଜଳେଶ୍ୱର ଆଇସିଡିଏସ୍ଥର ସିଡିପିଓ ଦିପ୍ତୀମୟର ପୋଥାଳଙ୍କ ସହିତ ନିୟମୀତ ଦରମା ପ୍ରଦାନ ଓ ଦରମା ବୃଦ୍ଧି, ସମସ୍ତଙ୍କ ପେନ୍ସନ ଯୋଜନାରେ ଅନ୍ତର୍ଭକ୍ତ କରିବା, ସମସ୍ତ ଅଙ୍ଗନୱାଡିକୁ ବିଦ୍ୟୁତ୍ ଓ ପାଣି ସଂଲଗ୍ନ କରିବା, ପୌରପରିଷଦ ଅନ୍ତର୍ଗତ ଅଙ୍ଗନୱାଡି କେନ୍ଦ୍ରର ସୀମା ପୁନଃ ନିର୍ଦ୍ଧାରଣ ଓ ନୂତନ ଅଙ୍ଗନୱାଡି ପ୍ରତିଷ୍ଠା କରିବା, ସମସ୍ତ ମିନି ଅଙ୍ଗନୱାଡି କେନ୍ଦ୍ରକୁ ମୁଖ୍ୟ ଅଙ୍ଗନୱାଡିରେ ପରିଣତ କରିବା ବିଷୟରେ ଆଲୋଚନା କରି ନବବର୍ଷର ଶୁଭେଚ୍ଛା ପ୍ରଦାନ କରିଥିଲେ । ତତ୍ ସହିତ ବିଡିଓ ଦିପ୍ତିରଂଜନ ସେଠୀଙ୍କୁ ନବବର୍ଷର ଅଭିନନ୍ଦନ ଜ୍ଞାପନ କରାଯ।ଇଥିଲା ।