

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ନିଖିଳ ଓଡିଶା ପନ୍ଦରା ସମାଜ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମା ଫୁଲସୁନ୍ଦରୀ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ପନ୍ଦରା ଜାତି ଉର୍ଣ୍ଣତି ସହ ମହିଳା ମାନଙ୍କ ବିକାଶ କିଭଳି ହେବ ତାକୁ ନେଇ ସଚେତନା କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ନିଖିଳ ଓଡ଼ିଶା ପନ୍ଦରା ସମାଜର ସମ୍ପାଦକ ଚନ୍ଦ୍ରଶେଖର ବାଡିତିଆ, ଗଜପତି ଜିଲ୍ଲା ପନ୍ଦରା ସମାଜ ସଭାପତି ଜାନକୀ ଚରଣ ବେହେରା, ଜୟ ପ୍ରକାଶ ବାଡ଼ିତ୍ୟା, ସତ୍ୟନାରାୟଣ ବେହେରା, ଜୟନ୍ତୀ ବେହେରା, ପ୍ରମୂଖ ଉପସ୍ଥିତ ଥିଲେ । ସଭା ଶେଷରେ ସଭାପତି ଜାନକୀ ବେହେରା କିଭଳି ଜାତିର ନାରୀ ମାନେ, ନାରିନିର୍ଯାତନାରୁ ବଞ୍ଚିତ ହେବା ସହ, କନ୍ୟା ଭୃଣ ହତ୍ୟା, ନିଶାଣିବାରଣ, ବାଲ୍ୟ ବିଭା ଉଛେଦ ଓ ପରିବେଶ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ ।

