

ବ୍ରହ୍ମପୁର(ସମୃଦ୍ଧଓଡିଶା)ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଖୋଡାସିଂ ଠାରେ ବାସ କରନ୍ତି ଆଦର୍ଶ କୁମାର ମହାନ୍ତି । ଆଜି ନଭେମ୍ବର ୧୨ ତାରିଖ ରେ ନିଜର ୨୨ ତମ ଜନ୍ମ ଦିବସ ପାଳନ ଅବସରରେ ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । ସମସ୍ତେ ଜନ୍ମ ଦିନରେ କେକ୍ କାଟି ଭୋଜି କରି ଉତ୍ସବ ପାଳନ କରୁଥିଲେ ହେଁ ଆଦର୍ଶ କିନ୍ତୁ ନିଜ ଜନ୍ମ ଦିନରେ ବ୍ରହ୍ମପୁର ଗାନ୍ଧୀ ନଗର ସ୍ଥିତ ଅନାଥ ଆଶ୍ରମ ରେ କୁନି କୁନି ପିଲାମାନଙ୍କ ଗହଣରେ ନିଜର ଜନ୍ମ ଦିନକୁ ପାଳନ କଲେ । ଯାହାକି ସମସ୍ତ ଙ୍କ ପାଇଁ ଏକ ଉଦାହରଣ । ଏହି ଅବସରରେ ଆଦର୍ଶ ଙ୍କ ବନ୍ଧୁ ସୋହନ,ପ୍ରତୀକ ପଟ୍ଟନାୟକ,ସୁଧୀର ,ବିଶ୍ଵ,ସମ୍ବିତ, କିସାନ୍,କୃଷ୍ଣ, ଅବିନାଶ ଯୋଗ ଦେଇଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ