ନିତ୍ୟାନନ୍ଦ ପାଠଗାରର ଷଷ୍ଠ ବାର୍ଷିକୀ ମହୋଉତ୍ସବ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟାରେ ଅନୁଷ୍ଠିତ ମହୋଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟବକ୍ତା ଭାବେ ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ରାଜଜେମା କଲ୍ୟାଣି ଦେବୀ, ପ୍ରାକ୍ତନ ପାରଳାଖେମୁଣ୍ଡି ବିଧାୟକ ବିଜୟ କୁମାର ଜେନା, ଯୋଗ ଦେଇଥିବାବେଳେ ସଭାପତିତ୍ୱ କରିଥିଲେ ପାଠାଗାରର ସଭାପତି ଗୌରହରି ପଟପଟ୍ଟନାୟକ । ଅନୁଷ୍ଠାନର ସମ୍ପାଦକ ସୂର୍ଯ୍ୟନାରାୟଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଉପ-ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ସ୍ୱାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବହୁମୁଖୀ ପ୍ରତିଭାଧର କନ୍ଦର୍ପ ପାତ୍ର ଏବଂ ଭଜଗୋବିନ୍ଦ ପାତ୍ର ମୁଖ୍ୟ ଅତିଥି ଦ୍ୱାରା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଗୁରୁ କୈଳାସ ଚନ୍ଦ୍ର ପଟ୍ଟନାୟକ ଓ ସାଥି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ବିଦ୍ୟାଳୟ ସ୍ତରୀୟ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଅନୁଷ୍ଠିତ ତର୍କ, ସୃଜନାତ୍ମକ ଲିଖନ, ଚିତ୍ର ପ୍ରତିଯୋଗିତାର ବିଜୟ/ ବିଜୟିନୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ରବି ନାରାୟଣ ଚୌଧୁରୀ, ମଲ୍ଲିକଅର୍ଜୁନ ପଟ୍ଟନାୟକ, ହରିଶ ଚନ୍ଦ୍ର ପାତ୍ର, ନଳିନୀ ପଟ୍ଟନାୟକ, ରବିନ ପଟ୍ଟନାୟକ, ଦ୍ଵାରିକା ନାଥ ପଟ୍ଟନାୟକ, ଜୟ କୁମାର ପଟ୍ଟନାୟକ ପ୍ରଭୃତି ପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆକର୍ଷଣ ସମ୍ପ୍ରତି ପାଠାଗାର ଗୁଡ଼ିକ ଧରାଶାୟୀ ହେଉଥିବା ବେଳେ ନିତ୍ୟାନନ୍ଦ ପାଠଗାରର ପ୍ରମୁଖ ଭୂମିକା ସ୍ୱାଗତ ଯୋଗ୍ୟ ।ଗବେଷଣାତ୍ମକ ପାଠଗାରର ପ୍ରସ୍ତୁତି ପ୍ରଣାଳୀ ଏଇ ଅନୁଷ୍ଠାନ ପାଇବାର ହକଦାର ରହିଛି ଏବଂ ନିକଟ ଭବିଷ୍ୟତରେ ଏହାର ବ୍ଲୁ ପ୍ରିଣ୍ଟ ହେବ । ଶେଷରେ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା