ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨ ଦିନ ତଳେ ଜଳେଶ୍ୱର ତହସିଲର ଆରୁହା ପଂଚାୟତ ଅଧିନ ନିମପୁର ଗାଁର ଶ୍ମାସାନ, ଖେଳପଡିଆ, ଜଳ ନିଷ୍କାସନ ତଥା ଗୋଚର ଓ ଅନାବାଦୀ ସ୍ଥାନରେ ଗୋଟିଏ ରାତ୍ରୀରେ ୪୦ରୁ ଉଦ୍ଧ୍ୱର୍ ସେମାନଙ୍କ ଗୃହ ନିର୍ମାଣ କରିଛନ୍ତି । ଏହି ଗାଁର ବହୁ ସରକାରୀ ସ୍ଥାନକୁ ସେହି ଗାଁର କେତେକ ବ୍ୟକ୍ତି କୌଶଳ କ୍ରମେ ନିଜ ଅକ୍ତିଆରକୁ ନେଇଥିବାର ବହୁ ଅଭିଯୋଗ କର୍ତ୍ତୃପକ୍ଷଠାରେ ହୋଇଥିବାରୁ ତାର କୌଣସି ସମାଧାନ ହୋଇ ପାରିନଥିଲା । ୨୦୧୪ ମସିହାରେ ସେହି ସ୍ଥାନରେ ଗ୍ରାମ ବାହାରର ବହୁ ବ୍ୟକ୍ତି ଆସି ସେଠାରେ ଅସ୍ଥାୟୀ ଗୃହ କରିଥିବା ବେଳେ କେତେକ ଗ୍ରାମବାସୀଙ୍କ ହସ୍ତକ୍ଷେପ ଫଳରେ ଜବର ଦଖଲ ଉଚ୍ଛେଦ ହୋଇଥିଲା । ରାଜସ୍ୱ ବିଭାଗର ଖାତା ନଂ ୨୭୧ର ୪ଟି ପ୍ଲଟରେ ଗାଁର ଏକ ଖେଳ ପଡିଆ, ଜଳନିଷ୍କାସନ, ଗୋଚର ଓ ଅନାବାଦୀ ସ୍ଥାନ ଥିବାରୁ ଗତ ୨ ଦିନ ତଳେ ଏହାକୁ ଜବର ଦଖଲ ହୋଇଥିବାରୁ ଗତ ଗୁରୁବାର ଗ୍ରାମବାସୀମାନେ ତହସିଲଦାର ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ । ଅନ୍ୟପକ୍ଷରେ ତହସିଲଦାରଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଲେ ଏପରି ଅଭିଯୋଗର ସତ୍ୟତା ପାଇଁ ଆଜି ଦିନ ତମାମ ସ୍ଥାନୀୟ ଆର୍ଆଇ ତଦନ୍ତ କରି କେତେ ଜଣ ବ୍ୟକ୍ତି କେଉଁ ପ୍ଲଟରେ ଘର କରିଛନ୍ତି ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆସନ୍ତା ଶନିବାର ତଦନ୍ତ ରିପୋର୍ଟ ପହଞ୍ଚିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସଂପର୍କରେ ତହସିଲଦାର ଅଭିମନ୍ୟପଣ୍ଡା କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା