

ନିମାପଡ଼ା(ସମୃଦ୍ଧଓଡିଶା)୧୨/୪- ଆଜି ପୂର୍ବାହ୍ନରେ ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପଠାରେ ନିମାପଡ଼ା ବ୍ଲକ ବିଜେଡି କର୍ମକର୍ତ୍ତାଙ୍କ ପକ୍ଷରୁ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବ୍ଲକ ସଭାପତି, ୩୨ପଞ୍ଚାୟତର ପର୍ଯ୍ୟବେକ୍ଷକ, ପଞ୍ଚାୟତ ସଭାପତି, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଜୋନ ଅବଜରଭରଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ଏବଂ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ନିମାପଡ଼ାରେ କିଏ ପ୍ରାର୍ଥୀ ହେବ ତାହା ଏ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।ଅପର ପକ୍ଷରେ ବିଜେପି ପକ୍ଷରୁ ପ୍ରାୟ ୬/୭ ଦିନ ପୂର୍ବରୁ ନିମାପଡ଼ାରେ ପ୍ରଭାତୀ ପରିଡା ପ୍ରାର୍ଥୀ ହେବେ ବୋଲି ଘୋଷଣା ହୋଇଯାଇଛି।ଏ ନେଇ ବୈଠକରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା।ନିମାପଡ଼ାରେ ସମୀରଙ୍କ ବିନା ବିଜେଡିର ସଂଗଠନ ନାହିଁ ବୋଲି କାର୍ଯ୍ୟକର୍ତ୍ତା ମାନେ ମତ ପ୍ରକାଶ କରିଥିଲେ।ସମସ୍ତ ଦଳୀୟ କର୍ମକର୍ତା ମାନେ ଆଲୋଚନା ପରେ ପ୍ରକାଶ କରିଥିଲେ ଯେ ସମୀରଙ୍କୁ ଦଳୀୟ ପ୍ରାର୍ଥୀ କରାଗଲେ ଚତୁର୍ଥ ଥର ପାଇଁଁ ବିଜେଡିର ବିଜୟ ଧାରା ବଳବତ୍ତର ରହିବ।ଯଦି ନିମାପଡ଼ାରେ ସମୀର ନାହିଁ ତେବେ ଶଙ୍ଖ ନାହିଁ ବୋଲି ମଧ୍ୟ କାର୍ଯ୍ୟକର୍ତ୍ତା ମାନେ ପ୍ରକାଶ କରିବା ସହ ବଜ୍ର ଶପଥ ନେଇଥିଲେ।
ରିପୋର୍ଟ : ରଜତ ମହାପାତ୍ର