ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ସିପିଆଇ(ଏମ୍)ର ରାଇବଣିଆ ଆଞ୍ଚଳିକ କମିଟି କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତା ଓ ଗଣ ସଂଗଠନର ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଅସୀମ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଜେପି ଓ ବିଜେଡିର ଅଘୋଷିତ ମେଣ୍ଟକୁ ପରାସ୍ତ କରିବା ପାଇଁ ବକ୍ତାମାନେ ଆହ୍ୱାନ ଦେଇଛନ୍ତି । ବିଜେପି ଦେଶର ସଂବିଧାନ ଓ ଅଖଣ୍ଡତାକୁ ନଷ୍ଟ କରିବାପାଇଁ ସମ୍ପ୍ରଦାୟିକ ଓ ଜାତି ବିଭାଜନର ଉନ୍ମାଦନା ସୃଷ୍ଟି କରିବାପାଇଁ ଦେଶର ଅର୍ଥନୈତିକ ସମସ୍ୟାଠାରୁ ଲୋକଙ୍କ ନଜର ଫେରାଇବାପାଇଁ ଉଦ୍ୟାମ କରୁଥିବା ଏକ ଭୟାନକ ପରିସ୍ଥିତି ବୋଲି ବକ୍ତମାନେ କହିଛନ୍ତି । ସେହିପରି ଓଡିଶାରେ ଖଣି, ଚିଟ୍ଫଣ୍ଠ ଦୁର୍ନିତିରେ ବିଜେଡି ଲିପ୍ତଥିଲେ ମଧ୍ୟ ବିଜେପି ପକ୍ଷରୁ ସବିଆଇ ତଦନ୍ତ ନ କରି ସହଯୋଗୀ ଭୂମିକା ନେଇଛି ବୋଲି ସେମାନେ ଦର୍ଶାଇଛନ୍ତି । ସର୍ବଶ୍ରୀ ଦୀପ୍ତିମାନ ଆଚାର୍ଯ୍ୟ, ଦିଲ୍ଲିପ ଗିରି, ଆଂଚଳକ କମିଟି ସଂପାଦକ କାହ୍ନୁ ସିଂ, ଗୌରାଙ୍ଗ ଦେହୁରୀ, କାଦୁ ମାରାଣ୍ଡି, ସଂଜୟ ସାସମଲ, ଜୀବନ ପରିଡା, ମହିସା ସରେନ୍, ଭାଦୁ ମାରାଣ୍ଡି, ସଂଖ୍ୟା ଦେହୁରୀ ପ୍ରମୁଖ ବେକାରିଙ୍କୁ କାମ, ଚାଷୀଙ୍କୁ ଫସଲର ଦାମ୍, ସର୍ବନିମ୍ନ ମଜୁରୀ ୧୮ହଜାର ଟଙ୍କା ଘୋଷଣା, ଭୁମି ହୀନଙ୍କୁ ପଟ୍ଟା ବଣ୍ଟନ ଇତ୍ୟାଦି ବକ୍ତବ୍ୟରେ ଦାବି ରଖିଥିଲେ । ଗତ ସୋମବାର ଜଳେଶ୍ୱର ଆଂଚଳିକ କମିଟି ପକ୍ଷରୁ ନଛିମପୁର, ପଶ୍ଚିମବାର୍ଡ, ରାଇବଣିଆ ଓ ଛମୌଜରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ବିଜେପି ଓ ବିଜେଡିକୁ ପରାସ୍ତ କରିବାପାଇଁ ଆହ୍ୱାନ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା