ନିର୍ବାଚନ କାର୍ଯ୍ୟରେ ଅସହଯୋଗ ପଡିଲା ମାହାଙ୍ଗା…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଯାନବାହନ ଅଧିଗ୍ରହଣ ପ୍ରକ୍ରିୟାରେ ଅସହଯୋଗ କରିଥିବା ୧୦ ଜଣ ଗାଡି ମାଲିକଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗାଡିକୁ ହାଜିର ନ କରିଥିବାରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଅଛି ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଗାଡି ସହିତ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଯେ, ନିର୍ଦ୍ଧାରିତ ସମୟରେ କାରଣ ଦର୍ଶାଅ ଦାଖଲ ନ କଲେ Omni Bus ଅଧିଗ୍ରହଣ ନିୟମ ୧୯୮୪ର ଧାରା-୯ ଏବଂ ଜନ ପ୍ରତିନିଧି ଆଇନ ୧୯୫୧ର ଧାରା ୧୬୭ ପ୍ରକାରରେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଅଛି । ଏଥିରେ ୧ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଅଛି । ଏହି କାରଣ ଦର୍ଶାଅ ନୋଟିସ ପାଇଁ ଗାଡି ମାଲିକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକଶ ଯେ କୌଣସି ବ୍ୟକ୍ତି ଯେ କି ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବେ, ତାହା ବରଦାସ୍ତ କରାଯିବ ନାହିଁ ଏବଂ ଉପଯୁକ୍ତ ଦଣ୍ଡ ବିଧାନ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା