



ଛତ୍ରପୁର(ସମୃଦ୍ଧ ଓଡିଶା )ପୋଲସରା କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଦିବ୍ୟାଙ୍ଗ ସହାୟତା ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସଭାପତି ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ଦିବ୍ୟାଙ୍ଗମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି।ପୋଲସରା କାର୍ଯ୍ୟନିର୍ବାହୀ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୁଗୁଡା ତହସିଲଦାର,ପୋଲସରା ବ୍ଲକ ଅଧ୍ୟକ୍ଷ,ପୋଲସରା ପୌରପରିଷଦ ପୂର୍ବତନ ଅଧ୍ୟକ୍ଷ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା