ନିର୍ମାଣରତ ଫ୍ଲାଇ ଓଭରବ୍ରିଜର ପିଲରରେ ହେଉନି ପାଣି ସିଞ୍ଚନ : ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହର ନିକଟରେ ୨ଟି ସ୍ଥାନରେ ରେଳବାଇ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟଗରେ ୨ଟି ଫ୍ଲାଇ ଓଭରବ୍ରିଜ୍ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଲକ୍‌ଡାଉନ୍‌ ଯୋଗୁଁ ତାହା ୨୦ଦିନ ଧରି ବନ୍ଦ ରହିଛି । ଏହି ୨୦ଦିନ ବନ୍ଦ ସମୟରେ ରେଳବାଇ କିମ୍ବା ରାଜ୍ୟ ପୁର୍ତ୍ତବିଭାଗ ପକ୍ଷରୁ ନିର୍ମାଣାଧିନ ପିଲର ଗୁଡିକରେ ପାଣି ସିଞ୍ଚନ ହେଉନାହିଁ । କଂକ୍ରିଟ କାର୍ଯ୍ୟ ଗୁଡିକରେ ପାଣି ସିଞ୍ଚନ ଏକ ପ୍ରମୁଖ କାର୍ଯ୍ୟ ଓ ସୁଦୃଢ ତଥା ଦୀର୍ଘ ସ୍ଥାୟିତ୍ୱ ପାଇଁ ଏହା କରାଯାଇଥାଏ । ଲକ୍ ଡାଉନ୍ ହୋଇଥିଲେ ମଧ୍ୟ ପୁର୍ତ୍ତବିଭାଗ ସ୍ଥାନୀୟ କର୍ମକର୍ତ୍ତା ପିଲର ଗୁଡିକରେ ପାଣି ସିଞ୍ଚନ କରିପାରିଥାନ୍ତେ । କିନ୍ତୁ ତାହା ହେଉନଥିବାରୁ ଏହି ପିଲର ଗୁଡିକର ଦୃଢତା ସଂପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିନେଇ ବିଭାଗୀୟ କର୍ମକର୍ତ୍ତା, ରେଳବାଇ କିମ୍ବା ସ୍ଥାନୀୟ ନେତୃବୃନ୍ଦଙ୍କର ଦାୟିତ୍ୱ ନିର୍ବାହ ପ୍ରତି ଜନସାଧାରଣ ଅଂଗୁଳି ନିର୍ଦ୍ଦେଶ କରୁଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା