ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ସହରର ଦୁଇଟି ୱାଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଆଖପାଖ ସମସ୍ତ ଅଞ୍ଚଳକୁ ବଫର ଜୋନ ପରିସର ଭୁକ୍ତ କରାଯାଇଛି । ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସବୁ ନିୟମକୁ ଫୁ କରି ଖୁଲମଖୁଲା ଅମାନିଆ ବୁଲୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଭଞ୍ଜନଗର ଅଞ୍ଚଳକୁ କୋରନା ମୁକ୍ତ କରିବା ପାଇଁ ଶତଚେଷ୍ଟା କରାଯାଉ ଥିବା ବେଳେ କିଛି ଅମାନିଆ ବିନା କାରଣରେ ମୋଟର ସାଇକେଲ ଓ ଚାଲିଚାଲି ବାହାରେ ବୁଲିବାକୁ ଆସୁଛନ୍ତି । ଏଥି ସହିତ ପୋଲିସ ପ୍ରଶାସନ ପକ୍ଷରୁ ଚେକିଂ ଓ ରାସ୍ତା ବ୍ଳକ କରାଯାଇ ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । କିନ୍ତୁ ଅମାନିଆ ମାନେ ସବୁ ନିୟମକୁ ଫୁ କରିଦେଇ ଏଣେ ତେଣେ ବେଫିକର ହୋଇ ବୁଲୁଛନ୍ତି । ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ଲୋକ ମାନେ ଗୋଷ୍ଟି ହୋଇ ଖଟି କରି ତାସ୍ ଖେଳୁଥିବା ନଜରକୁ ଆସୁଛି । ଫଳରେ ଅମାନିଆଙ୍କ ଏହି ଭଳି କାଯ୍ୟ ପାଇଁ କୋରନା ସଂକ୍ରମଣ ବୃଦ୍ଧି ପାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ପ୍ରଶାସନ ପକ୍ଷରୁ ସଚେତନ ଓ ଜରିମାନା ସତ୍ୱେ ମଧ୍ୟ ଅମାନିଆ ମାନେ ଖାତିର ନକରି ବୁଲୁଥିବା ଦେଖିବାକୁ ମିଳୁଛି । ଯଦି ଜରିମାନା ଆଦାୟରେ ସୀମିତ ନରହି ପ୍ରଶାସନିକ ସ୍ତରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ଅମାନିଆ ମାନେ ନିୟମ ଉଲଘଂନ ନକରି ନିୟମ ମାନି ଚଳିବେ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଅପରପକ୍ଷରେ ଗତକାଲି ଲାଲସିଂ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ପରେ ରାଶନ ସାମଗ୍ରୀ ଦୋକାନ ଗୁଡିକରେ ଭିଡ଼ ପରିଲକ୍ଷିତ ହୋଇଥିଲା । ପରିସ୍ଥିତି କୁ ଦେଖି ଲୋକ ମାନେ ଅଧିକ ସାମଗ୍ରୀ କିଣୁଥିବା ବେଳେ ରାଶନ ସାମଗ୍ରୀ ଠିକ ସେ ମିଳି ପାରୁନାହିଁ । କିଛି ଦୋକାନୀ ଏହାର ଫାଇଦା ଉଠାଇ ଚଢାଦର କଶୁଥିବା ଜଣାପଡିଛି । ଯଦି ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ ନକରେ ତା ହେଲେ ଆଗାମୀ ଦିନରେ ନିଷିଦ୍ଧାଞ୍ଚଳରେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେବେ ।
ରିପୋର୍ଟ – ନିଲୁ ବିଷୋୟୀ