

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଧାୟକ ସୁଧୀର କୁମାର ସାମଲଙ୍କ ଗଁଦିଆ ବ୍ଲକର ନିହଳପ୍ରସାଦ ଗ୍ରାମପଞ୍ଚାୟତରେ ଗରିବ ଖଟିଖିଆ ଦିନମଜୁରୀଆ ଲୋକମାନେ ଲକଡାଉନ ଯୋଗୁଁ ଅସହାୟ ଅବସ୍ଥାରେ ଥିବାରୁ ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । କରୋନା ଭୁତାଣୁ ସଂକ୍ରମଣ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରିଯାଇଥିବାରୁ ଅସହାୟ ଗରିବ ଖଟିଖିଆ ଲୋକମାନେ ଅର୍ଥ ଅଭାବରୁ ଖାଦ୍ୟ ନ ପାଇ ବହୁ କଷ୍ଟରେ ଚଳୁଥିବା ବେଳେ ବିଧାୟକଙ୍କ ଏଭଳି ଖାଦ୍ୟ ଓ ମାସ୍କ ବଣ୍ଟନକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା
