
ଜଳେଶ୍ୱର (ସମୃଦ୍ଧ ଓଡିଶା) ପେଟ୍ରୋଲର ଦର ଦିନକୁ ଦିନ ଆକାଶଛୁଆଁ ହେଉଥିବାରୁ ଏବେ ବ୍ୟାଟେରୀ ଗାଡିର ଚାହିଦା ବୃଦ୍ଧି ପାଇଛି । ଜଳେଶ୍ୱର ବ୍ଳକର ରାଜପୁର ଠାରେ ରିମାର୍କ କମ୍ପାନୀର ଏକ ଇ-ବାଇକ୍ ସୋରୁମ୍ ଆଜି ଶୁକ୍ରବାର ଉଦ୍ଘାଟତି ହୋଇ ଯାଇଛି । ଏହାକୁ ସରପଂଚ ଦିଲ୍ଲିପ ପରିଡା ଉଦ୍ଘାଟନ କରିଥିବା ବେଳେ ସମିତି ସଭ୍ୟଙ୍କ ସହିତ ଆର୍.ଆର୍ ମୋଟର୍ସର ଦୁଇଜଣ ଉଦ୍ୟଗୀ ବିକାଶ ରଂଜନ ଦାସ ଓ ବିଶ୍ୱଜିତ୍ ଦାସ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଭାବେ ବିଡିଓ ଦିପ୍ତିରଂଜନ ସେଠୀ ଏଭଳି ପ୍ରୟାସରୁ ସାଧୁବାଦ ଜଣାଇବା ସହିତ ଏହାର ବହୁଳ ବ୍ୟବହାର ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି ଉଦ୍ଘାଟନ ସମୟରେ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା