

ଛତ୍ରପୁର (ସମୃଦ୍ଧ ଓଡିଶା) ଚକ୍ଷୁ ରୋଗୀଙ୍କ ସୁବିଧା ପାଇଁ ଛତ୍ରପୁରରେ ଥିବା ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ନୂତନ ଭିଜନ କେୟାର୍ ସେଣ୍ଟର ଗତକାଲି ଉଦଘାଟିତ ହୋଇଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ କଳାମୋତିଆ ବିନ୍ଦୁର ସମ୍ପୁର୍ଣ୍ଣ ପରୀକ୍ଷଣ ପାଇଁ ଏକ ମାଗଣା ଗ୍ଲୁକୋମା ବା କଳାବିନ୍ଦୁ ଶିବିରର ଆୟୋଜନ କରାଯାଇଛି । ଏହି ସମାରୋହରେ ସାଇଟ୍ ସେଭେରସ୍ ସଂସ୍ଥାର ମିଳିତ ଆନୁକୁଲ୍ୟରେ ଆଉ ଏକ ହାଇ ଇମ୍ପାକ୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷ ଏନ୍. ରଘୁନାଥ, ଜୋତିର୍ବିଦ୍ ଡଃ ପ୍ରମୋଦ ପାତ୍ର, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ଇଂ. ରାମ ଚନ୍ଦ୍ର ପଟ୍ଟନାୟକ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ସିଇଓ ଅରବିନ୍ଦ ମହାନ୍ତି, ଡାକ୍ତର ଇମତହାଜ ବେଗ ବେଗ ପ୍ରମୁଖ ଯୋଗ ଦେଇ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ୱକଳା ମୋତିଆ ବିନ୍ଦୁ ସପ୍ତାହ ଅବସରରେ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପରିସରରେ ୪୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତ ଜନସାଧାରଣମାନଙ୍କ ନିଶୁଳ୍କ କଳାମୋତିଆ ପରୀକ୍ଷା କରାଯିବାର ବ୍ୟବସ୍ଥା ରହିଛି ବୋଲି ମଧ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇନ୍ ପାମର୍ଶଦାତା ବି.ଶ୍ରିନିବାସ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁରର ଅଗ୍ରଣୀ ନୃତ୍ୟ ସଂଗଠନ ଡ୍ରିମ୍ସ ଡ୍ୟାନ୍ସ ଗ୍ରୁପ୍ ର କଳାକାର ମାନେ ଏକ ନାଟକ ମାଧ୍ୟମରେ ଚକ୍ଷୁ ଜନିତ ରୋଗ ସଂପର୍କରେ ପରିବେଷଣ କରି ଲୋକଙ୍କୁ ସଚେତନତା କରାଇଥିଲେ ।






