ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନରେ ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନିଲ କୁମାର ପାତ୍ର । ଏହି ଅବସରରେ କୋର୍ଟପଟା ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଏସପି ପାତ୍ରଙ୍କୁ ସ୍ୱାଗତ କରିଥିଲେ । ପୂର୍ବରୁ ସେ ଭୁବନେଶ୍ୱରରେ ଏଏସପି ପଦବୀରେ କାର୍ଯ୍ୟରତ ଥିଲେ । ଗତ ମାସ ଏସପି ପଦବୀକୁ ପଦୋନ୍ନତି ପାଇ ବର୍ତ୍ତମାନ ସେ ବ୍ରହ୍ମପୁର ଭିଜିଲାନ୍ସ ଏସପି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଏଠାରେ କାର୍ଯ୍ୟରତ ଏସପି ମାୟାଧର ସ୍ୱାଇଁ ଗତ ୩୦ତାରିଖରେ ଅବସର ଗ୍ରହଣ କରିଥିଲେ । ଏହାପରେ ଏଏସପି ଶାନ୍ତୁନୁ ପାଢ଼ୀ ଏସପି ଦାୟିତ୍ୱରେ ଥିଲେ । ବର୍ତ୍ତମାନ ଏସପି ପାତ୍ର ଏଏସପି ପାଢ଼ୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା