ନୃତ୍ୟ କଳା ସଂସ୍କୃତିର ଏନ୍ତୁଡ଼ି ଶାଳ ଗଞ୍ଜାମ ମାଟିରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା ଡ୍ୟାନସ ଗେଲେକ୍ସୀ ୨୪ ଉଦଘାଟିତ

ବ୍ରହ୍ମପୁର(ସମୃଦ୍ଧଓଡିଶା) ନୃତ୍ୟ କଳା ସଂସ୍କୃତି ର ଏନ୍ତୁଡ଼ି ଶାଳ ଗଞ୍ଜାମ ମାଟି, କଳା ସାହିତ୍ୟ ସହ ଏ ମାଟିର ରଣପା, ଦାସକାଠିଆ, ଭାରତ ଲୀଳା, ରଜା ନାଚ, ପଶୁ ନୃତ୍ୟ, ଓଡ଼ିଶୀ ଦେଶ ବିଦେଷ ରେ ସୁନାମ ଅର୍ଜନ କରିଥିବା ବେଳେ କିଛି ବର୍ଷ ଧରି ଆଧୁନିକ ନୃତ୍ୟ, ସଙ୍ଗୀତ ରେ ମଧ୍ୟ ଆମ କଳାକାର ମାନେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ବୋଲି ଡ୍ୟାନସ ଗେଲେକ୍ସୀ ୨୪ ଉଦଘାଟନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିବା ସହ ଅଧିକ ସୁଯୋଗ ସୃଷ୍ଟି ନିମନ୍ତେ ସରକାରୀ ବେସରକାରୀ ଉଦ୍ୟମ ର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଧନ ଲକ୍ଷ୍ମୀ ପ୍ରଡକ୍ସନ ଦ୍ଵାରା ପ୍ରୋଜଜିତ ଓ ଡେନସ ଏକାଡେମି ଦ୍ଵାରା ଆୟୋଜିତ ଦୁଇଦିନିଆ କାର୍ଯ୍ୟ କ୍ରମ ରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରଶ୍ମି ଏଣ୍ଟର ପ୍ରାଇଯେଶ ର ଅଧ୍ୟକ୍ଷ ଶ୍ରୀ କେ ରାଜା ସେନାପତି ବିଶିଷ୍ଟ ଅତିଥି ଭାବେ ଓ କଲାଞ୍ଜଳି ର ସମ୍ପାଦିକା ଶ୍ରୀମତୀ ରମେଶ୍ୱରି ନନ୍ଦ, ସୂର୍ଜନି ର ସଭା ନେତ୍ରୀ ଶ୍ରୀମତୀ ବନ୍ଦିତା ତ୍ରିପାଠି, ଶିକ୍ଷାବିତ ସମାଜ ସେବିକା ଶ୍ରୀମତୀ ସସ୍ମିତା ଶର୍ମା ଓ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ଶ୍ରୀମତୀ ରଶ୍ମିତା ପଣ୍ଡା, ବାବୁଲି ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ବିଚାରକ ଭାବେ ଶ୍ରୀ ହରିହର ଦାଶ, ବିଭୁଦତ ସେଠୀ ଓ କ୍ରିଷ୍ଣା ମୋହନ ଯୋଗଦେଇଥିଲେ । ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ଯତୀନ୍ଦ୍ର କୁମାର ବାଡତିୟ।କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଲୋକ ପ୍ରଧାନ ଓ ଅରୁଣ ମହାରଣା ସହୋଜୋଗ୍ କରିଥିଲେ। ଗୁଲାମ ଓ ଟ୍ୟୁଙ୍କଲ ସଂଯୋଜନା ରେ କାର୍ଯ୍ୟକ୍ରମ ଆକର୍ଷଣୀୟ ହୋଇଥିଲା।