

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ଦୁଇ ଅତୁଳନୀୟ ବିରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ତିଥିକୁ ସ୍ମରଣୀୟ କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ଓ ଦିଲ୍ଲୀ ପବ୍ଲିକ ସ୍କୁଲ (DPS), ଲାଞ୍ଜିପଲ୍ଲୀ, ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତଥିଭାବେ ସ୍କୁଲର ନିର୍ଦ୍ଧେଶକ ଓ ଡାଇବେଟିସ ଏଣ୍ଡିଯୋଲିଷ୍ଟ୍ ଡାକ୍ତର ସୁନିଲ୍ କୋଟା ଏବଂ ସମ୍ମାନିତ ଅତିଥି ଭାବେ ରୁବି ଚକ୍ଷୁ ମେଡିକାଲ ନିର୍ଦ୍ଧେଶକ ଓ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବି. ନାଗେଶ୍ଵର ସୁବୁଦ୍ଧି ଯୋଗଦେଇ ବୃକ୍ଷରୋପଣ କରିବା ସହିତ ବୃକ୍ଷର ଉପକାରିତା ଉପରେ ବନ୍ଦନା କରିଥିଲେ । ଡାକ୍ତର କୋଟା କହିଥିଲେ ଯେ, ଦେଶ ପରାଧିନ ଥିବାବେଳେ ଯେମିତି ଦେଶକୁ ସ୍ଵାଧୀନତାର ଆବଶ୍ୟକତା ଥିଲା । ଆଜି ସେମିତି ଦୂଷିତ ପୃଥିବୀକୁ ସନ୍ତୁଳିତ ସବୁଜ ଓ ସୁସ୍ଥ ରଖିବା ପାଇଁଁ ବୃକ୍ଷରୋପଣ ଓ ତାର ସୁରକ୍ଷାର ଆବଶ୍ୟକତା ରହିଛି । ସେଥିପାଇଁ ଆମେ ସମସ୍ତେ ଏମିତି ମହାପୁରୁଷମାନଙ୍କ ଜନ୍ମ ତିଥିକୁ ସ୍ମରଣୀୟ କରିବା ପାଇଁ ଵୃକ୍ଷରୋପଣ ଭଳି ମହତ୍ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବା ଉଚିତ୍ । ଆଜିର କାର୍ଯ୍ୟକ୍ରମରେ ସ୍କୁଲ ପରିସରରେ ଥିବା ବିଭିନ୍ନ ସ୍ଥାନରେ ୫୦ ଗଟିରୁ ଉର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମର ଫୁଲ ଓ ଫଳ ବୃକ୍ଷରୋପଣ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ପଟ୍ଟନାୟକ ଓ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ତା ସହିତ ରବିନ୍ ହୁଡ ଆର୍ମି ସଙ୍ଗଠନର ସଭାପତି ବିଜୟ ବାଗାରୀୟା ଓ ସଦସ୍ୟ ଓ ସଦସ୍ୟା ମାନେ ଏବଂ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ପ୍ରସନ୍ନ କୁମାର ସ୍ବାଇଁ ଓ ପ୍ରଣୟ କୁମାର ସାହୁ, ବିନୋଦ, ସୁଜିତ୍ କୁମାର ଗୌଡ, ଏ ପ୍ରକାଶ, ଗଣେଶ ପାଣିଗ୍ରାହୀ, ଆଶ୍ରିତ ସାରିଫ, ଦୀପକ୍ କୁମାର ପାତ୍ର, ସାଗର ସାହା, ପ୍ରବୀଣ, ସୁଶିଲ କୁମାର, ଶିବରାମ ବେହେରା, ବନମାଳୀ ପ୍ରଧାନ ଓ ସମସ୍ତ ସଦସ୍ୟ ମିଳିମିଶି କାର୍ଯ୍ୟକ୍ରମ ସୁଚାର ରୂପେ ତୁଲେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


