ନୈତିକତା ଦୃଷ୍ଟିରୁ ଇସ୍ତାଫା ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ନୈତିକତା ଦୃଷ୍ଟିରୁ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ଆଜି ଘୋଷଣା କରିଛନ୍ତି । ଇସ୍ତଫା ଦେବା ପରେ ନିରଞ୍ଜନ କହିଛନ୍ତି, ନୈତିକତା ଦୃଷ୍ଟିରୁ ମୁଁ ଇସ୍ତଫା ଦେଇଛି । ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛି । ସାରା ଦେଶରେ ମୋଦି ବାତ୍ୟା ପ୍ରବାହିତ ହେଲା, ସେଥିରେ ଆମେ ଟଳି ପଡ଼ିଲୁ । ରାଜ୍ୟରେ ନବୀନ, ଦେଶରେ ମୋଦିଙ୍କୁ ଲୋକେ ଭରସା କଲେ । ରାଜନୀତିରେ ନୀତି, ଆଦର୍ଶ ନାହିଁ, ବ୍ୟବସାୟୀକରଣ ହୋଇଛି । ନୀତି, ଆଦର୍ଶବାନ ଯୁବପିଢ଼ି ନେତୃତ୍ୱ ପାଇଁ ଆଗେଇ ଆସନ୍ତୁ” ମୁଁ କଂଗ୍ରେସରେ ରହିଛି, ରହିବି । ଏହାକୁ ମଜଭୁତ କରିବି ବୋଲି ନିରଞ୍ଜନ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା