ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ନୋଡଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଆସ୍କାରୋଡ଼, ବ୍ରହ୍ମପୁର ଠାରେ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉତ୍ସବ ନିମିତ୍ତ ଏକ ପ୍ରସ୍ତୁତି ବୈଠକ, ପୁରାତନ ଛାତ୍ର ସଂସଦର ଉପସଭାପତି ବିଶ୍ଵନାଥ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ନିମିର ଅଭ୍ୟର୍ଥନା କମିଟିର ତଥା ଆର୍ଥିକ କମିଟି ପ୍ରଚାର ଓ ପ୍ରସାର କମିଟି ଗୁଡିକ ଗଠନ ହେଲା । ପ୍ରତ୍ୟେକ କମିଟିର ଆବାହକ ରୂପେ ପୁରାତନ ଛାତ୍ର ସଂସଦର ସାଧାରଣ ସମ୍ପାଦକ ରହିବେ ବୋଲି ସ୍ଥିର ହେଲା । ଅଭ୍ୟର୍ଥନା କମିଟିର ମୁଖ୍ୟ ଉପଦେଷ୍ଠା ରୂପେ ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ସାଂସଦ, ସହ ଉପଦେଷ୍ଠା ରୂପେ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବ୍ରହ୍ମପୁର ବିଧାୟକ, ସଭାପତି ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ବିଧାୟକ କାର୍ଯ୍ୟକାରୀ ସଭାପତି ବଲ୍ଲଭ ପାଣିଗ୍ରାହୀ ତଥା ସଦାନନ୍ଦ ରଥ, ଶିବ କୁମାର ଆଚାର୍ଯ୍ୟ, ଅରୁଣ କୁମାର ପାଢ଼ୀ, ରାଜେଶ କୁମାର ତାରିଣୀ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଚିତ୍ତରଞ୍ଜନ ପାଠୀ, ବିଶ୍ୱନାଥ ଜେନା, ସୂର୍ଯ୍ୟନାରାୟଣ ଦାସ, କିରଣ କୁମାର ସାହୁ, ମଧୁସୂଦନ ସାହୁ, ସନାତନ ସାହୁ, ବିକାଶ ମହାରଣା, ହେମନ୍ତ କୁମାର ସାହୁ, ବିମଳ କୁମାର ଆଚାର୍ଯ୍ୟ ଓ ସୁଜୟ ଆଚାର୍ଯ୍ୟ ସଦସ୍ୟ ରହିଥିଲା ବେଳେ ସଂଯୋଜନା ମଣ୍ଡଳୀରେ ପ୍ରମୋଦ କୁମାର ଜେନା, ନିରଞ୍ଜନ ଜେନା, ରାକେଶ କୁମାର ସାହୁ, ପି.ଆଶାରାଣୀ ପ୍ରମୁଖ ରହିଛନ୍ତି । ଏହି କମିଟିର ସହ ଆବାହକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ କାମିନୀ ପାଠୀ ରହିଛନ୍ତି । ଆର୍ଥିକ କମିଟିରେ ଅଧ୍ୟକ୍ଷ ପ୍ରମୋଦ କୁମାର ଜେନା, ଉପାଧ୍ୟକ୍ଷ ରାକେଶ କୁମାର ସାହୁ ତଥା ବିଶ୍ୱନାଥ ଜେନା, ରାଜେଶ କୁମାର ପାଣିଗ୍ରାହୀ, ନିରଞ୍ଜନ ଜେନା, ଶିବ କୁମାର ଆଚାର୍ଯ୍ୟ, ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ବଲ୍ଳଭ ପାଣିଗ୍ରାହୀ, ଚିତ୍ତ ରଞ୍ଜନ ପାଠୀ, ମଧୁସୂଦନ ସାହୁ, ସନାତନ ସାହୁ, ରାଜା ବେହେରା, ରବିନାରାୟଣ ଚୌଧୁରୀ ସତସ୍ୟ ରୂପେ ମନୋନୀତ ହୋଇଥିଲେ । ପ୍ରଚାର ଓ ପ୍ରସାର କମିଟିରେ ଅଧ୍ୟକ୍ଷ ରାବେନ୍ଦ୍ର ରାୟଗୁରୁ, ଉପାଧ୍ୟକ୍ଷ ମଧୁସୂଦନ ସାହୁ, ସନାତନ ପଣ୍ଡା, ସଦସ୍ୟ ରୂପେ ସିମାଞ୍ଚଳ ସାହୁ, ଗଣେଶ ବେହେରା, ରାଜା ବେହେରା ପ୍ରମୁଖ ରହିଛନ୍ତି । ଆଜିର ବୈଠକରେ ଚନ୍ଦନ ସାହୁ, ରାଜେନ୍ଦ୍ର ପ୍ରସାଦ ରଥ, ସୂର୍ଯ୍ୟନାରାୟଣ ଦାଶ, ବାସୁଦେବ ଆଚାର୍ଯ୍ୟ, ରବିନାରାୟଣ ଚୌଧୁରୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ବୋଲି ସାଧାରଣ ସମ୍ପାଦକ ରାଜେଶ କୁମାର ତାରିଣୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା