ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ପକ୍ଷରୁ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଛକ ଜାତୀୟ ରାଜପଥରେ ଏକ ଫ୍ଲାଇଓଭର ନିର୍ମାଣ ହେବ…

ଛତ୍ରପୁର (ସମୃଦ୍ଧ ଓଡିଶା) ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ (ଏନଏଚଏଆଇ) ପକ୍ଷରୁ ଗଞ୍ଜାମଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଛକ ଜାତୀୟ ରାଜପଥରେ ଏକ ଫ୍ଲାଇଓଭର ନିର୍ମାଣ କରାଯିବ । ୬୪ କିମି ପରିବ୍ୟାପ୍ତ ବିଶାଖାପାଟଣା ଏନଏଚଏଆଇ ଡ଼ିଭିଜନ ଅଧୀନରେ ଥିବା ଇଚ୍ଛାପୁର-ପୁଇଁତୋଳା ପର୍ଯ୍ୟନ୍ତ ଜାତୀୟ ରାଜପଥ
ହଳଦିଆପଦର ଠାରେ ଏହା ନିର୍ମାଣ କରାଯିବ । ଫଳରେ ରାସ୍ତାକୁ ୬ ଲେନ ବିଶିଷ୍ଟ ନ କରାଯାଇ କେବଳ ସର୍ଭିସ ରୋଡ଼କୁ ୩୫ କିମି ପ୍ରଶସ୍ତ କରିଯିବ । ଏଥିସହ ପ୍ରତି ଛକରେ ସୋଲାର ଡିଜିଟାଲ ଟ୍ରାଫିକ ସିଗନାଲ, ଡ୍ରେନ ନିର୍ମାଣ ଓ ଲାଇଟର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି । ସୂଚନା ମିଳିଛି ଯେ, ପୂର୍ବରୁ ଗଞ୍ଜାମର ଗିରିଶୋଲାଠାରୁ ନାରାୟଣୀ ଛକ ପର୍ଯ୍ୟନ୍ତ ୧୬ନଂ ଜାତୀୟ ରାଜପଥକୁ ୬ ଲେନ କରିବା ଏବଂ ଫାଇଓଭର, ଅଣ୍ଡର ପାସ, ପୂରା ଜାତୀୟ ରାଜପଥର ସର୍ଭିସ ରୋଡ଼ ନିର୍ମାଣ ଲାଗି ଓଡିଶା ସରକାର ଓ ତତ୍କାଳୀନ ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ପକ୍ଷରୁ ଏନଏଚଏଆଇଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା