ନ୍ୟାୟ ପାଇଁ ବାଲିଆପାଳ ଥାନା ଦ୍ୱାରସ୍ଥ ହେଲେ ବୁଦ୍ଧା ମା ଓ ବାପା…

ଜଳେଶ୍ଵର/ବାଲିଆପାଳ (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଦେଉଳା ଗ୍ରାମ ପଞ୍ଚାୟତର ବାସୁଦେବପୁର ଗ୍ରାମର ସୁଶୀଳା ବିଶ୍ୱାଳ, ସ୍ୱାମୀ ଉମାକାନ୍ତ ବିଶ୍ୱାଳ ବୃଦ୍ଧା ଅବସ୍ଥାରେ କେହି ପୁଅ ଚାହୁଁ ନ ଥିବା ଓ ବଡ଼ ପୁଅ ଓ ବଡ଼ ବହୁ ନାନା ପ୍ରକାର ମାନସିକ ନିର୍ଯାତନା ଦେବା ସଙ୍ଗେ ସଙ୍ଗେ ସମୟରେ ପିଟାମରା କରୁଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବୃଦ୍ଧା ମା । ତେବେ ସୁଶୀଳା ଓ ଉମାକାନ୍ତଙ୍କ ଦୁଇ ପୁଅ ବଡପୁଅ ରାଧାଗୋବିନ୍ଦ ବିଶ୍ୱାଳ ଓ ସାନପୁଅ ଗୋପାଳ ବିଶ୍ୱାଳ । ବାପା ଉମାକାନ୍ତ ବିଶ୍ୱାଳ ବାଡ଼ିରେ ଥିବା ଗଛରୁ ପଇଡ ବିଛାଉଥିବା ବେଳେ ବଡପୁଅ ଓ ବଡ ବହୁ ବାପା ଉମାକାନ୍ତଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ମା । ତେବେ ଦୁଇ ପୁଅ ଜନ୍ମ କରି ବୃଦ୍ଧା ଅବସ୍ଥାରେ ଏଭଳି କରିବା ସମାଜ ପାଇଁ ଏକ ନିନ୍ଦନୀୟ ଘଟଣା । ତେବେ ବାପା ଓ ମା’ଙ୍କୁ ନେଇ ବଡ଼ ପୁଅ ଓ ସାନ ପୁଅ ଭିତରେ ବହୁବାର ବିଚାର ହେବା ସତ୍ଵେ ବଡ଼ ପୁଅ ଅମାନ୍ୟ କରୁଥିବା କହିଛନ୍ତି ବୃଦ୍ଧା ମା । ଉଭୟ ବୃଦ୍ଧା ପିତାମାତା ଏବେ ନାନାଦି ରୋଗରେ ସଦାବେଳେ ଆକ୍ରାନ୍ତ ହେଉଥିବା ବେଳେ ସେମାନଙ୍କ ପାଖରେ ସେ ଭଳି ସମ୍ବଳ ନ ଥିବା ବେଳେ ବଡ ପୁଅ ଓ ବଡ ବହୁ ସେମାନଙ୍କ ପ୍ରତି  କର୍ତ୍ତବ୍ୟ କରିବା ତ ଦୂରର କଥା ଘରୁ ତଡି ଦେବା ନେଇ ଉଦ୍ୟମ କରୁଛନ୍ତି । ତେବେ ବୃଦ୍ଧ ଦମ୍ପତି କେମିତିକା ଏମାନଙ୍କ କବଳରୁ ସୁରକ୍ଷା ସହିତ ଶାନ୍ତିରେ ଜୀବନର ଶେଷ କିଛି ଦିନ ବଞ୍ଚିବା ନେଇ ସୁରକ୍ଷା ବ୍ୟବସ୍ଥା ପାଇଁ ଗୁହାରି କରି ବାଲିଆପାଳ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଜଣାପଡିଛି ।