



ନୟାଗଡ(ସମୃଦ୍ଧଓଡିଶା) ଆଜି ତା ୬-୨-୨୦୨୫ ରିଖ ଗୁରୁବାର ଦିନ ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ପଡିଆ ଠାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟ ରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଅଛି । ଏହି ମେଳା କୁ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଅବସର ରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ, ପୋଲିସ ଟ୍ରେନିଂ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ଭବେଶ୍ ନାୟକ, ସରକାରୀ ପଲିଟେକନିକ୍ ଓ ଆଇଟିଆଇ ନୟାଗଡ଼ ର ଅଧ୍ୟକ୍ଷ ତଥା ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ଦାସ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ । ଉକ୍ତ ନିଯୁକ୍ତି ମେଳାରେ ମୋଟ ୧୬ ଜଣ ନିଯୁକ୍ତିଦାତା, ୮ ଜଣ ପି ଆଇ ଏ ଙ୍କ ସହିତ ବିଶ୍ଵ ଦକ୍ଷତା କେନ୍ଦ୍ର, ଭାରତୀୟ ସ୍ତଳସେନା ଓ ଭାରତୀୟ ବାୟୁସେନା ର ଅଧିକାରୀ ମାନେ ଉପସ୍ଥିତ ରହି ପିଲା ମାନଙ୍କୁ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ । ଏହି ନିଯୁକ୍ତି ମେଳାରେ ସର୍ବମୋଟ ୯୫୭ ଜଣ ଯୁବକ ଓ ଯୁବତୀ ନାମ ପଞ୍ଜିକରଣ କରିଥିଲେ । ତନ୍ମଧ୍ୟରୁ ୪୧୮ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ନିମନ୍ତେ ମନୋନୀତ କରାଯାଇଥିଲା ଓ ୨୪୫ ଜଣଙ୍କୁ ନିଯୁକ୍ତି ଭିତ୍ତିକ ତାଲିମ ନିମନ୍ତେ ଚୟନ କରାଯାଇଥିଲା । ବିଭିନ୍ନ ନିଯୁକ୍ତିଦାତାଙ୍କ ଦ୍ଵାରା ମଞ୍ଚ ଉପରେ ୨୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସ୍ତଳସେନା ଓ ବାୟୁସେନା ର ଅଧିକାରୀ ମାନଙ୍କ ଉପସ୍ଥିତି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା ।
ରିପୋର୍ଟ ; ରଜତ ମହାପାତ୍ର