ପଗଡ଼ବିଲ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ

ଗୁଣପୁର(ସମୃଦ୍ଧଓଡିଶା)ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଛାତ୍ରଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ରହିଛି । ଏହି ବିଭାଗ ରେ ଜଣେ ଆଦିବାସୀ ଙ୍କୁ ହିଁ ମନ୍ତ୍ରୀ ଭାବେ ନିଯୁକ୍ତ ଦିଆଯାଏ । ତେବେ ବିଭାଗ ର ଅପାରଗତା ଓ ଦାୟିତ୍ବ ହୀନତା ତଥା ପ୍ରଶାସନିକ ଉଦାସୀନତା ମନୋଭାବ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ହୀନସ୍ତା ଭୋଗୁଛନ୍ତି । ସବୁବେଳେ ଏହି ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ହଷ୍ଟେଲ ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ପଗଡ଼ବିଲ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରୁ ଆସିଛି ସେମିତି ଏକ ଅଭାବନୀୟ ଘଟଣା । ଏଠାରେ ପିଲାଙ୍କୁ ଠିକ ଭାବରେ ଖାଦ୍ୟପେୟ ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ବିଦ୍ୟାଳୟ ଶୌଚାଳୟ କକ୍ଷ ଗୁଡ଼ିକ ନିୟମିତ ପରିଷ୍କାର କରାଯାଉ ନାହିଁ । ଏଭଳି କି ସ୍ୱାସ୍ଥ୍ୟ ଖରାପ ହେଲେ ମଧ୍ୟ ପିଲାଙ୍କୁ ଚିକିତ୍ସା କରାଯାଉ ନାହିଁ ଅତ୍ୟଧିକ ଦେହ ଖରାପ ଯାଏଁ ରଖାଯାଇ ଶେଷରେ ବିନା ଚିକିତ୍ସାରେ ଘର କୁ ପଠାଇ ଦିଆ ଯାଉଥିବା ଅଭିଯୋଗ ଆସିଛି l ସରକାରଙ୍କ ପକ୍ଷରୁ ଅମାପ ଅର୍ଥ ଆସୁଥିଲେ ମଧ୍ୟ ନିମ୍ନ ମାନ ର ଖାଦ୍ୟ ଯୋଗାଉ ଥିବା ଅନ୍ତେବାସୀ ଓ ଅବିଭାବକ ଅଭିଯୋଗ ଆଣିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ ଘଟଣା ହେଉଛି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ପିଲାଙ୍କ ପ୍ରତି ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଭଳି ସଙ୍ଗୀନ କଥା ଅନ୍ତେବାସୀ ମାନେ କହୁଥିବା ଦେଖା ଯାଇଛି । ଛାତ୍ରୀମାନେ ଏନେଇ କୌଣସି ଅଭିଯୋଗ କଲେ ବିଦ୍ୟାଳୟ ରୁ ବାହାର କରିଦେବାକୁ ଧମକ ପ୍ରଧାନ ଶିକ୍ଷୟିତ୍ରୀ ଦେଉଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷରେ ସ୍କୁଲ ପରିଚାଳନା ପାଇଁ ଗଠନ ହୋଇଥିବା ଏସ୍.ଏମ୍.ସି କମିଟି କିମ୍ବା କମିଟି ସଭାପତି ଙ୍କୁ ନଜଣାଇ ବୈଠକ କରିବା ସହ ଦସ୍ତଖତ କରିନେଇଥିବା କମିଟି ସଭାପତି ନାରାୟଣ ଗମାଙ୍ଗ ଅଭିଯୋଗ କରିଛନ୍ତି। ତେବେ ଏହି ସମସ୍ତ ବିଷୟ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପଚାରିବାରୁ ଏହାର ସତ୍ୟତା କିଛି ନାହିଁ ଏହି ସବୁ ଅଭିଯୋଗ ଭିତ୍ତିହୀନ ପିଲାଙ୍କୁ ଯେମିତି ରଖିବା କଥା ରଖାଯାଇଛି ବୋଲି କହିଛନ୍ତି । ଏହା କେବଳ କିଛି ଚକ୍ରାନ୍ତ କାରୀ ଗୋଷ୍ଠୀ ଓ ଆସାଧୁ ଅବିଭାବକ କୁହନ୍ତି ବୋଲି ଦଂଭକ୍ତି ପ୍ରକାଶ କରିଛନ୍ତି। ଏହି ବିଷୟ ନେଇ ମୋତେ କୌଣସି ପ୍ରକାର ଅଭିଯୋଗ ଦୃଷ୍ଟି ଆକର୍ଷଣ ହୋଇନାହିଁ ଅଭିଯୋଗ ଆସିଲେ ନିହାତି ଏହାର୍ ତଦନ୍ତ କରିବି ବୋଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା କହିଛନ୍ତି। ଅପରପକ୍ଷେ ପିଲା ଓ ଅଭିଭାବକ ମାନେ ଏହି ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଏଠାରୁ ବଦଳି କରାଯାଉ ବୋଲି ପ୍ରତିବାଦ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି।

ଗୁଣପୁରରୁ ସୁର୍ଯ୍ୟ ପ୍ରକାଶ ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *