ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଆଜି ଅପରାହ୍ନରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଆନୁକୂଲ୍ୟରେ ୫ମ ଜାତୀୟସ୍ତରୀୟ କଳାକାର କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ । ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ସତ୍ୟସୁନ୍ଦର ଦାସଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ମାନୀତ ଅତିଥିରୂପେ ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଅଧ୍ୟାପକ ବିଷ୍ଣୁପଦ ସେନାପତି, ଗୌରାଙ୍ଗ ବାରିକ୍ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଂପାଦକ ମୁକ୍ତିପଦ ନନ୍ଦୀ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରକଳା ପ୍ରତିଯୋଗୀତରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକ (କଟକ)ଳ ଅଶୋକ ମହାନ୍ତି, (ଭଦ୍ରକ), ପ୍ରିୟବଲ୍ଲଭ ସାହୁ, ବ୍ରଜ ଷଡଙ୍ଗୀ (ଜଳେଶ୍ୱର), ଦୁର୍ଗାମଧାବ (ପୁରୀ)ଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କର୍ମଶାଳାରେ ଭାଗ ନେଇଥିବା ଚିତ୍ରଶିଳ୍ପୀ କେସୁ ଦାସ, ଶଙ୍କରୀ ମିତ୍ର, ପୂର୍ଣ୍ଣେନ୍ଦୁ ପତି, ଦିଲ୍ଲିପ ଗିରି, ବିଷ୍ଣୁପଦ ସେନାପତି, ଧର୍ମପଦ ବିଶ୍ୱାଳ, ଆଦିତ୍ୟ କୁମାର ଜେନା ପ୍ରମୁଖଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା