
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ୯ନଂ ଜିଲା ପରିଷଦ ଜୋନ୍ରେ ବିଜେପିର ଏକ ସାଂଗଠନିକ ବୈଠକ ରାଜପୁର ପଞ୍ଚାୟତର ସପ୍ନେଶ୍ୱର ମଣ୍ଡଳର ସଭାପତି ସପନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ବିଜେପି ନେତା ଜୟନାରାୟଣ ମହାନ୍ତି ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ଲୋକଙ୍କଠାରେ ସଫଳତାର ସହିତ ପହଞ୍ଚିଥିବା ଓ ରାଜ୍ୟ ସରକାରଙ୍କ ବିପର୍ଯ୍ୟନ୍ତ ଆଇନ୍ଶୃଙ୍ଖଳା ପରିସ୍ଥିତି, ନାରୀ ଅସୁରକ୍ଷିତ ତଥା ବେକାରୀ ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଭିଜିତ୍ ପ୍ରଧାନ, ସିଦ୍ଧାର୍ଥଶଂକର ପାଳ, ମନୋଜ ସାସମଲ, ପ୍ରଣବ ପଣ୍ଡା, ନିତ୍ୟାନନ୍ଦ ଦାସ, କମଳାକାନ୍ତ ଦେ, ଦିବ୍ୟକାମ ମହାନ୍ତି ମତବ୍ୟକ୍ତ କରି ସମସ୍ତ ମନମାଳିନ୍ୟକୁ ଭୁଲି ସଂଗଠନରେ ଏକାଗ୍ରତା ଆଣି ନିର୍ବାଚନ ଲଢିବାକୁ ପରାମର୍ଶ ଦେଇଥିଲେ । ଏଥିରେ ନେତୁଆ, ସୁଗୋ, ନଛିମପୁର, ଆରୁହା, ଗୋପିମୋହନପୁର, କୋଟସାହି, ରାୟାଁରାମଚନ୍ଦ୍ରପୁର, ରାଜପୁର ପଂଚାୟତ ଥିବା ବେଳେ ସୁଗୋ ପଞ୍ଚାୟତର ଶକ୍ତିକେନ୍ଦ୍ର ପ୍ରମୁଖ ଭାବେ ଶିବଶଂକର ଜେନା, ନଛିମପୁର ପଞ୍ଚାୟତ ଲାଗି ନିତ୍ୟାନନ୍ଦ ଦାସ, ଆରୁହା ପଂଚାୟତ ଲାଗି ରବିନ୍ଦ୍ର ନାଥ ଦତ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରିପୋର୍ଟ : ଭୂପତି ପରିଡା