

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପଟିଆ ଶିରିଡି ସାଇ ମନ୍ଦିରର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚାରି ଦିନ ବ୍ୟାପି ଅନୁଷ୍ଠିତ ଏହି ଧାର୍ମିକ ଉତ୍ସବରେ ବୁଧବାର ଦିନ କଳସଯାତ୍ରା ଅନୁଷ୍ଠିତ ହୋଇ ଗୁରୁବାର ସୂର୍ଯ୍ୟପୂଜା, ଜଜ୍ଞାରମ୍ଭ ଏବଂ ଶନିବାର ଦିନ ପୂର୍ଣ୍ଣହୁତି ହୋଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଯୋଗଦେଇ ସାଇ ଭଜନ ପରିବେଷଣ କରିଥିଲେ । ଅଶ୍ରୁମୋଚନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ସାଇ ତୁ ସତରେ ଈଶ୍ୱର ନାଟକ ପରିବେଷିତ ହୋଇଥିଲା । ଆଜି ପାଲିଙ୍କି ମେଲଣ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଡିଏ, ଶୈଳଶ୍ରୀବିହାର, କଳିଙ୍ଗ ଷ୍ଟାଡିୟମ, ରଘୁନାଥପୁର, ଶିଖରଚଣ୍ଡି, କଳାରାହାଙ୍ଗ, ଗଣ୍ଡରପୁର ଓ ନୀଳାଦ୍ରିବିହାରର ସାଇପାଲିଙ୍କି ପଟିଆ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଘଘା, ବାଦ୍ୟ, ନାଚଗୀତ, ବିଭିନ୍ନ ସାଜସଜ୍ଜାରେ ଯାଇ ସାଇ ମନ୍ଦିରଠାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଟ୍ରଷ୍ଟ ତରଫରୁ ସ୍ୱାଗତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସାଇଶକ୍ତି ଟ୍ରଷ୍ଟ ତରଫରୁ ଲୋକମାନଙ୍କ ସେବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଲୋକାଭିମୁଖୀ, ସମାଜସେବା କାର୍ଯ୍ୟକ୍ରମ କରାଯାଉଅଛି । ସେଥିମଧ୍ୟରେ ପ୍ରତି ସପ୍ତାହରେ ହୋମିଓପାଥି ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇ ମାଗଣା ଔଷଧ ବନ କରାଯାଉଛି । ରକ୍ତଦାନ, ଦନ୍ତ ଓ ଚକ୍ଷୁ ଚିକିତ୍ସା ଶିବିର ଭଳି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ଆଜି ସେବାରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଛି । ଲୋକମାନଙ୍କ ପାଇଁ ପରିତ୍ସାଗାର ଓ ସ୍ୱର୍ଗରଥ ଲୋକର୍ପିତ ହୋଇଛି । ଏହାକୁ ଭୁବନେଶ୍ୱର ଉର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ସାଇଶକ୍ତି ଟ୍ରଷ୍ଟର ମ୍ୟାନେଜିଙ୍ଗ୍ ଟ୍ରଷ୍ଟି ମିହିର୍ କୁମାର ରାଉତଙ୍କ ସୁପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନୀତ ଅତିଥିଭାବେ ସୁବାଷ ପାତ୍ର ଯୋଗ ଦେଇଥିଲେ ।
ରିପୋର୍ଟ : ଆକାଶ ମିଶ୍ର

