

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିକଟସ୍ଥ ପଦ୍ମନାଭପୁର ଗ୍ରାମର ମୁଖ୍ୟ ରାସ୍ତାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି ଏହି ରାସ୍ତା ଦେଇ ଦୈନିକ ଶହଶହ ଗାଡି ମଟର, ଆମ୍ବୁଲାନ୍ସ, ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ରୋଗୀ ମାନେ ଯିବା ଆସିବା କରିବା ସମୟରେ ଟ୍ରାଫିକ ସମସ୍ୟା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି . ଗ୍ରାମବାସୀ ମାନେ ଅନେକ ଥର ଏହି ବିଷୟରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଅନେକ ବର୍ଷ ବିତିଗଲାଣି କିନ୍ତୁ ଏହାର ସମାଧାନ ହେଉ ନାହିଁ ଦେଖାଯାଉ ଆଗାମୀ ଦିନରେ ପ୍ରଶାସନର ନିଦ ଭାଙ୍ଗି ଏହି ଟ୍ରାଫିକ ସମସ୍ୟାର ସମାଧାନ ହେଉଛି କି ନାହିଁ ତାହା ଦେଖିବା ପାଇଁ ଅପେକ୍ଷା ରହିଲା ଯଦି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି .
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
