

ପଦ୍ମନାଭପୁର (ସମୃଦ୍ଧ ଓଡିଶା) ପଦ୍ମନାଭପୁର ଶ୍ରୀଧାମ ଶିଶୁ ମନ୍ଦିରରେ ପଢ଼ୁଥିବା ଜଣେ ଛାତ୍ରୀ ଛାତ ଉପରୁ ଡେଇଁ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨ଘଣ୍ଟା ସମୟରେ ପଦ୍ମନାଭପୁର ସରସ୍ୱତୀ ଶିଶୁ ମନ୍ଦିର ଶ୍ରୀଧାମ ଆବାସିକାରୁ ଜଣେ ଛାତ୍ରୀ ଅଞ୍ଜଳି ପ୍ରଧାନ ନାମକ ଜଣେ ନବନ ଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଘୁଷୁଡ଼ି ଘୁଷୁଡ଼ି ଆସି କାନ୍ଦି ବୋବାଇ ସାଇ ମନ୍ଦିର ବାସିନ୍ଦାଙ୍କୁ ଭୀମ ସେଠି, ଦିଲ୍ଲୀ ସେଠି, ମକରା ବେହେରାଙ୍କୁ ଶିଶୁ ମନ୍ଦିର ଭିତରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି ଏବଂ ମାଙ୍କୁ ଦେଖାକରିବାକୁ କିମ୍ବା ଘରକୁ ଯିବାକୁ ଦିଆଯାଉନାହିଁ ବୋଲି କହିଥିଲେ । ଏହା କହିବା ପରେ ସେ ଛାତ୍ରୀଙ୍କୁ ପୋଲିସର ବିନା ଅନୁମତିରେ ସାହି ବାସିନ୍ଦାଙ୍କ ଠାରୁ ଜୋର ଜବର ଦସ୍ତ ଶିବାନନ୍ଦ ଦାସ ଛଡାଇ ମୋଟର ସାଇକେଲରେ ନେଇଯାଇଛନ୍ତି ବୋଲି ଗ୍ରାମବାସୀ ଜଣାଇଛନ୍ତି । ଏହାସହ ସେହି ଛାତ୍ରୀର ଗୋଡ଼ ଭାଙ୍ଗି ଯାଇଛି ତଥାପି ଅମାନସିକ ଭାବେ ଉଠାଇ ନେଇଯାଇଛନ୍ତି । ତେଣୁ ଏହାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉଚିତ ପଦକ୍ଷେପ ନିଆଯାଉ । ଏହି ଭଳି ଘଟଣା ବହୁ ବାର ବିଭିନ୍ନ ସ୍ଥାନରେ ଘଟିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ଏହାସହ ଏହି ଘଟଣାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାହି ବାସିନ୍ଦା ଦାବୀ କରି ରାସ୍ତା ରୋକ କରିଛନ୍ତି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

