

ଛତ୍ରପୁର (ସମୃଦ୍ଧ ଓଡିଶା) ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଛତ୍ରପୁର ବାଲାଜୀ କଲଚରାଲ ସୋସାଇଟି ପକ୍ଷରୁ ତାଡପଲ୍ଲୀ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭଗବାନ ଭେଙ୍କେଟେଶ୍ଵର ଓ ପଦ୍ମାବତୀ ଦେବୀଙ୍କ ବିବାହ ଉତ୍ସବ ଏବଂ ତ୍ରୟୋଦଶ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଆର.ଧନଞ୍ଜୟ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅଭିଷେକ, ପୂଜା, ଭଗବାନ ଭେଙ୍କେଟେଶ୍ୱର କଲ୍ୟାଣ, ବେଦପାରାୟଣ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ସନ୍ଧ୍ୟାରେ ଭଗବାନ ବାଲାଜୀ ଏବଂ ଦେବୀ ପଦ୍ମାବତୀଙ୍କୁ ଛତ୍ରପୁର ସହର ପରିକ୍ରମା କରାଯାଇଥିଲା । ଆର.ମୁରଲୀ କୃଷ୍ନା ଓ ପତ୍ନୀ ଜ୍ୟୋସ୍ନା ଏବଂ ବି.ଶ୍ରୀନିବାସ ଓ ପତ୍ନୀ ଉଷାଦେବୀ କର୍ତ୍ତା ଭାବେ ଦାୟିତ୍ୱ ସଂପନ୍ନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିଷ୍କ ଡ଼. ପ୍ରମୋଦ ପାତ୍ର, ପ୍ରମୋଦ ପଣ୍ଡା, ରାମଚନ୍ଦ୍ର ପଟ୍ଟନାୟକ, ସୁଧୀର କୁମାର ପଟ୍ଟନାୟକ, ଜଗବନ୍ଧୁ ପାଣିଗ୍ରାହୀ, ଟି.ଭେଙ୍କେଟ କୃଷ୍ନା, ଏ. ରାବଣା ରାଓ, କେ. ରାମ ବାବୁ, ରାଜେନ୍ଦ୍ର ପ୍ରସାଦ ସାହୁ, କାଳିଆ ବେହେରା, ଟି. ପ୍ରସାଦ, ଦିବାକର ରାଓ ପ୍ରମୁଖ ଅଂଶ ଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା ୧୧ ତାରିଖ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








